
କୋଇଡା (ସଞ୍ଜୟ ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବର୍ଷୁଆଁ ବନାଞ୍ଚଳ ଡେଙ୍ଗୁଳା ସେକ୍ସନ ବନ୍ଦଲ ଗ୍ରାମରେ ଜଂଗଲୀ ଭାଲୁ ହାବୁଡ଼ରେ ପଡ଼ି ଭରତ ନାଏକ ଗୁରୁତର, ଭରତ ଓ ତାଙ୍କ ସ୍ତ୍ରୀ ଗାଁ ପାଖ ଜଙ୍ଗଲ କୁ ଛତୁ ଖଜିବା ପାଇଁ ଯାଇଥିଲେ,ବୈଇଙ୍ଗାଶୁନ୍ଦା ଜଙ୍ଗରଲରେ ଦୁଇଟି ଜଂଗଲୀ ଭାଲୁ ସହ ମୁହାଁ ମୁହିଁ ହୋଇଯାଇଥିଲେ ଭରତ ଙ୍କ ଉପରକୁ ଜଂଗଲୀ ଭାଲୁ ଜାମ୍ପ ମାରିଥିଲା ତାଙ୍କ ସ୍ତ୍ରୀ କିଛି ଦୂର ଦୌଡ଼ି ପଳାଇ ହାଲା ଗୁଲା କରିବା ଫଳରେ ଭରତକୁ କାମୁଡ଼ି ଥିବା ଭାଲୁଟି ସେଠାରୁ ପଳାଇ ଯାଇଥିଲା ତାଙ୍କ ସ୍ତ୍ରୀ ସେଠାରୁ ଭରତକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରକୁ ନେଇ ଆସିଥିଲେ, ଓ ବନ ବିଭାଗକୁ ଖବର ଦେବା ପରେ ଭରତ କୁ କୋଇଡା ହସ୍ପିଟାଲ ନେଇଥିଲେ ସେଠାରୁ ଡାକ୍ତର ତାଙ୍କୁ ବଡ଼ ହସ୍ପିଟାଲ ରାଉଲକେଲା କୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।