**ନୂଆପଡ଼ା ଜିଲ୍ଲା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖରୀଆର ରୋଡ଼ ର ନବ ନିର୍ମିତ ସାଇକେଲ ଷ୍ଟାଣ୍ଡ ବିଧାୟକ ଜୟ ଢୋଲକିଆ ଦ୍ୱାରା ସୋମବାର ଦିନ ଉଦ୍ଘାଟନ ହେଲା।*
*
ନୂଆପଡ଼ା(ମିଖାଏଲ ନନ୍ଦ)
ତା -୧୧/୦୭/୨୬
ନୂଆପଡ଼ା ଜିଲ୍ଲା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖରୀଆର ରୋଡ଼ ର ନବ ନିର୍ମିତ ସାଇକେଲ ଷ୍ଟାଣ୍ଡ ସୋମବାର ଉଦ୍ଘାଟନ ହୋଇ ଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଜୟଧୋଳିଆ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖରୀଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ଡ. ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ସାଂସଦ ପ୍ରତିନଧି ଗୋଲ୍ଡି ଅଗ୍ରୱାଲ, ବିଦ୍ୟାଳୟ ସଭାପତି ମହାବୀର ଅଗ୍ରୱାଲ, କୋଷାଧ୍ୟକ୍ଷ ଦିଲୀପ ମେହେର, ପ୍ରଧାନ ଆଚାର୍ଯ୍ୟ ବିନୋଦ କୁମାର ଦାସ, ବରିଷ୍ଟ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ପରିଡ଼ା, ସନ୍ତୋଷ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ବିଧାୟକ ଓ ଅତିଥି ଅଧିକାରୀ ବିଦ୍ୟାମନ୍ଦିର ବନ୍ଦନା କାଲାଂଶ ରେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମକୁ ଆଚାର୍ଯ୍ୟ ରିତା ରାନୀ ସୁନା ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବିନୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଧାୟକ ଢୋଲକିଆ ଶିଶୁ ମନ୍ଦିରର ଶିକ୍ଷା ବ୍ୟବସ୍ଥା ଓ ଇଂରାଜୀ ମିଡିଅମ ସ୍କୁଲ ର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ତଫାତ୍ ବଖାଣି ଥିଲେ।ଅତିଥି ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟା ବେଦ ରାଣୀ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
