ସାମ୍ବାଦିକ ମାନଙ୍କ ହିତ ଦୃଷ୍ଟିରୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ
ବୀମା କୁ ସ୍ଵତନ୍ତ୍ର ଭାବେ କାର୍ଯ୍ୟକାରୀ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଦାବି ପତ୍ର
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀାଟଣା/ଆମ ରାଜ୍ୟ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ହିତ ଦୃଷ୍ଟିରୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ପ୍ରଚଳିତ ଥିଲା l ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନାକୁ ବଦଳେଇ ଆୟୁଷ୍ମାନ ଯୋଜନାରେ ପରିବର୍ତ୍ତନ କରିବାକୁ ମସୁଧା କରିଛନ୍ତି l ଏହାକୁ ପ୍ରତିରୋଧ କରି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ୟୁନିଟ ପକ୍ଷରୁ ନିରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସୁଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ପତ୍ର ଦିଆଯାଇ ଥିଲା l କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଏହି ପତ୍ର ଗ୍ରହଣ କରିଥିଲେ l ନିକଟରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଅଭିରାମ ପ୍ରସାଦ ପଟ୍ଟନାୟକ ଓ ବିକାଶ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ l
