*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡଧା ପଦର୍ ଗ୍ରାମକୁ ଖଡ଼ିଆଳ ବିଦ୍ୟୁତ୍ ଫିଡର୍ ରିଉ ବିଦ୍ୟୁତ୍ ଯୋଗାଣ ପାଇଁ ଆଜି ଅଞ୍ଚଳ ବାସୀ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଅଭିଯୋଗ, ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ପାଇଁ ନିର୍ଦ୍ଦେଶ*
ନୂଆପଡା(ମିଖାଏଲ ନନ୍ଦ) ତା:୧୦.୦୮.
ଗୋଡ଼ଧୂଆପଦର ଗ୍ରାମ ଖଡ଼ିଆଳ ସହର ମାଧ୍ୟ ରି ମାତ୍ର ୩ କିଲୋମିଟର ଦୂରତା ଅବସ୍ଥିତ। କିନ୍ତୁ ପୂର୍ବରୁ ଏହି ଗ୍ରାମ କୁ ବୋଡ଼େନ ଫିଡର୍ ରୁ ଦୀର୍ଘ ୨୭ କିଲୋମିଟର ଦୂରତା ରୁ ବିଦ୍ୟୁତ୍ ଯୋଗାଣ ହୋଇଅଛି। ଯାହାକି ବିଦ୍ୟୁତ୍ ଖୁଣ୍ଟ ଏବଂ ତାର ଜମି ଦେଇ ଆସିଥିବା କାରଣ ରୁ ଅନେକ ସମୟ ବିଦ୍ୟୁତ୍ ବିଭ୍ରାଟ ହୋଇଥାଏ। ବର୍ତ୍ତମାନ ବନ୍ୟା ପରିସ୍ଥିତି ରେ ୮ ଗୋଟି ବିଦ୍ୟୁତ୍ ଖୁଣ୍ଟକୁ ବନ୍ୟା ଜଳ ଧୋଇ ନେଇଥିଲା। ଏହି ଖୁଣ୍ଟ କୁ ସ୍ଵାଭାବିକ କରିବାକୁ ଅନେକ ସମସ୍ୟା ସମ୍ମୁଖ ହେବା ସହ ଗ୍ରାମରେ ୪/୫ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍ ନଥିବା ପ୍ରକାଶ କରିଥିଲେ। ତେଣୁ ସଡ଼କ ପଥ ଦେଇ ଖଡ଼ିଆଳ ଫିଡରରୁ ବିଦ୍ୟୁତ୍ ଯୋଗାଣ କଲେ ଗ୍ରାମବାସୀଙ୍କୁ ବିଦ୍ୟୁତ୍ ସେବା ସୁବିଧାରେ ଉପଲବ୍ଧ ପାଇ ପାରିବେ। ଆଜି ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ରେ ଦେବାଶିଷ ନାଏକ, ଡକାଲାଲ ଶବର, ହରପ୍ରସାଦ ପାନ, ଗୋରସ ପାନ, ତୁଲାରାମ ପାନ,ଦୁଃଖୁ ଶବର,ମୋହନ ପ୍ରମୁଖ ଯୋଗ ଦେଇଥିଲେ।
