ଶ୍ରୀଧରସ୍ବାମୀ ଶିକ୍ଷା ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଚାରା ରୋପଣ କଲେ ପରିବେଶବିତ୍ ହରିହର ସାହୁ( ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ
ଗଁଦିଆ ତା ୧୧.୮.୨୦୨୬ ପ୍ରସିଦ୍ଧ ଶ୍ରାବଣ ମାସ ର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ( ବେଢ଼ା ପରିକ୍ରମା) ଉପଲକ୍ଷେ କପିଳାସ ପୀଠ ରେ ଟୀକା ରଚନା କରିଥିବା ସନ୍ଥ ଶ୍ରୀଧର ସ୍ବାମୀ ଙ୍କ ନାମରେ ପ୍ରତିଷ୍ଠିତ “ଶ୍ରୀଧର ସ୍ବାମୀ ଶିକ୍ଷା ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଷଡ଼ଙ୍ଗୀ” ପରିସରରେ ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ହରିହର ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପ୍ରଧାନ ଙ୍କ ସହିତ ଅଧ୍ୟାପକ ଓ କର୍ମଚାରୀଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରି ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି।
