*ନବନିର୍ମାଣ କୃଷକ ସଂଗଠନର ଜରୁରୀ ବୈଠକ*
ରିପୋର୍ଟ _ ନିରୋଜ କୁମାର ସେଠୀ ଯାଜପୁର ୧୧/୦୮ ଆଜି
ନବନିର୍ମାଣ କୃଷକ ସଂଗଠନର ଯାଜପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ ବରୁଆଁ ନିକଟସ୍ଥ ତାରାଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ଶ୍ରୀ ଦୁର୍ଗାପ୍ରସାଦ ଦାଶଙ୍କ ଅନୁମତି କ୍ରମେ ବରିଷ୍ଠ ଚାଷୀ ଚୋଧୁରୀ ଜେନା ସଭାପତିତ୍ୱ କରିଥିଲେ। ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ବର୍ତ୍ତମାନ ଚାଶିର ବିପର୍ଯ୍ୟୟ ଅବସ୍ଥା ଓ ଧାନମଣ୍ଡିରେ ପଞ୍ଜିକରଣ ସମସ୍ୟା ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସାଂଗଠନିକ ଆଲୋଚନାକୁ ଆଗେଇ ନେଇ ପ୍ରତିଷ୍ଠାତା ଅକ୍ଷୟ କୁମାର ପ୍ରତ୍ୟେକ ସଦସ୍ୟ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଶୃଙ୍ଖଳା ସମ୍ପର୍କରେ ବୁଝାଇ କହିଥିଲେ।ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନେତୃତ୍ୱ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀ ଙ୍କ ନେତୃତ୍ୱ ନେଇଥିବା ମାଧବାନନ୍ଦ ଶାନ୍ତି, ନଗେଶ ଜେନା, ଧନଞ୍ଜୟ ବିଶ୍ୱାଳ, ବଲ୍ଲଭ ଜେନା , ବ୍ରହ୍ମାନନ୍ଦ ଦାଶ, ପ୍ରଶାନ୍ତ ସ୍ୱାଇଁ, ରଙ୍ଗାଧର ଦାସ, ହରିଶ ଦଳାଇ, ଶରତ ନାୟକ, ରବିନ୍ଦ୍ର ସାହୁ, ପ୍ରଫୁଲ୍ଲ କଣ୍ଠ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ କିପରି ତୃଣମୂଳ ସ୍ତରରେ ମଜଭୂତ କରି ମଣ୍ଡି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଚାଶିଙ୍କୁ ଧାନ ବିକ୍ରୟର ସୁବିଧା ମିଳିବାର ପ୍ରଚେଷ୍ଟା ଜାରି ରହିବ ସେତିପ୍ରତି ଗୁରୁତ୍ବ ଦିଆଯିବ, ସାର , ଔଷଧ ସମସ୍ତ ଚାଶିଙ୍କୁ ମିଳିବା ଦରକାର,ଋଣଛାଡ ଉପରେ ସଂଗଠନର ଦାବିକୁ ପୁନର୍ବାର ଦୃଢ଼ୀକରଣ କରାଗଲା। ଶେଷରେ ରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
