ଜିଲ୍ଲାର ସହର ଓ ଗାଁ ଗାଁରେ କଲବଲ କରୁଛି ମଶା.କାଗଜରେ ସୀମିତ ସରକାରୀ ସଚେତନତା ପଡୁନି ମଶାତେଲ କି ବ୍ଲିଚିଂ ପାଉଡର ଘରେ ଘରେ ଥଣ୍ଡା,ଜ୍ଵର,କାଶ ଡେଙ୍ଗୁଜ୍ଵର ଆଶଙ୍କା
( ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ସଦର : ବନ୍ୟା ଛାଡିବା ପରେ ବି ବର୍ଷା ଲାଗି ରହିଛି। ଆଉ ଏହାର ଫାଇଦା ନେଇ ଢେଙ୍କାନାଳ ଜିଲ୍ଲାର ସହର,ବଜାର ସହ ବିଶେଷ ଭାବେ ୮ ଟି ବ୍ଳକର ସଦର,ଗଁଦିଆ,ଓଡାପଡ଼ା,ହିନ୍ଦୋଳ,ଭୁବନ,କାମାକ୍ଷାନଗର,ପରଜଙ୍ଗ,କଙ୍କଡ଼ାହାଡ଼ ଓ ୨୧୫ ଟି ପଞ୍ଚାୟତରେ ମଶା ରାଜ୍ କରୁଛି। ଘରେ ଘରେ ଜ୍ଵର,ଥଣ୍ଡା,କାଶ ଆରମ୍ଭ ହୋଇସାରିଲାଣି। ଡେଙ୍ଗୁର ଛାୟା ଘାରୁଛି। କିନ୍ତୁ ପ୍ରଶାସନ ଚିର ନିନ୍ଦ୍ରାରେ । ବର୍ଷା ଆଗରୁ ବୈଠକ ହେଲା,ଫାଇଲ ସରିଲା,ସଚେତନତା ରାଲି ବି ବାହାରିଲା। କିନ୍ତୁ ତାହା କାଗଜ ଓ ଫଟୋ ପର୍ଯ୍ୟନ୍ତ ସୀମିତ ରହିଲା। ବାସ୍ତବରେ କିଛି ବି ହେଲାନି । ବର୍ଷା ଋତୁ ଆରମ୍ଭରୁ ଡ୍ରେନ୍,ନାଳ ସଫା ହୋଇନି । ଫଳରେ ଗାଁ ଗାଁରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ରାସ୍ତା ଉପରେ ଦିନର ପର ଦିନ ପାଣି ଜମି ରହୁଛି। କୁଢ଼ କୁଢ଼ ଅଳିଆ ପଚି ପୂରା ଗନ୍ଧ ବାହାରୁଛି। ଅଧା ଭଙ୍ଗା ପାତ୍ର,ଖଣ୍ଡିଆ ଟାୟାର,ପ୍ଲାଷ୍ଟିକ ଡବାରେ ସ୍ଥିର ପାଣି ଜମି ମାଈ ଏଡିସ ମଶାର ବଂଶ ବୃଦ୍ଧି କରାଉଛି। ମଶା ତେଲ ନାଳ ନର୍ଦ ମାରେ ପଡୁନି । ଫଗିଂ ମେସିନ ବି କାମ କରୁନି । ସ୍ଵାସ୍ଥ୍ୟ ବିଭାଗରୁ ଆସୁଥିବା ବ୍ଲିଚିଙ୍ଗି ପାଉଡର ଓ ଗାମାସିନ ମଧ୍ଯ ଦୁର୍ନୀତିର ଶିକାର ହେଉଛି। ସ୍ଥାନୀୟ ଅଭିଯୋଗ – କିଛି ଦୁର୍ନୀତି ଖୋର କର୍ମଚାରୀ ସେସବୁ ବାଟମାରଣା କରୁଛନ୍ତି। ଖବର ଛପିବା ଡରରେ କେବଳ ଅଙ୍ଗନବାଡି କର୍ମୀଙ୍କୁ ଡାକି ଗୋIଟିଏ ଦୁଇଟି ଜାଗାରେ ଫଟୋ ଉଠାଇ ବ୍ଲିଚି ପକାଇ କାମ ସାରି ଦିଆଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭୂମିକା ପ୍ରଶ୍ନ ବାଚୀ। ସଚେତନତା ନାଁରେ କେବଳ ମାଇକରେ ଘୋଷଣା। ମଶା ତେଲ,ବିଚି,ଫଗିଂ – କିଛିର ବ୍ୟବସ୍ଥା ନାହିଁ। ବ୍ଲକ ପ୍ରଶାସନ କହୁଛି ‘ଆମେ କରୁଛୁ’,କିନ୍ତୁ ବାସ୍ତବତାରେ ତାର ପ୍ରମାଣ ଶୂନ୍। ବୁଦ୍ଧିଜୀବୀଙ୍କ କହିବା – ‘ ଏମିତି ଚାଲିଲେ ଡେଙ୍ଗୁକୁ ଅଟକାଇ ହେବନି । ବରଂ ମହାମାରୀ ଆକାର ନେବ ।” ସ୍ୱଚ୍ଛତା ହିଁ ଡେଙ୍ଗୁ ନିରାକରଣର ପ୍ରଥମ ଔଷଧ। କିନ୍ତୁ ସେହି ସ୍ୱଚ୍ଛା ସ୍ୱଚ୍ଛତା କାର୍ଯ୍ୟକୁ ପ୍ରଶାସନ ଅଣଦେଖା କରୁଛି। ଲୋକମାନେ ଦାବି କରିଛନ୍ତିଯେ ତୁରନ୍ତ ଜିଲ୍ଲାର ସମସ୍ତ ସହର,ବଜାର ଏବଂ ଗାଁରେ ଡ୍ରେନ ସଫା,ମଶା ତେଲ ଛିଞ୍ଚା ଓ ଫଗିଂ କରାଯାଉ । ବ୍ଲିଚି ଓ ଗାମାସିନ ବିତରଣରେ ହେଉଥିବା ଦୁର୍ନୀତିର ତଦନ୍ତ ହେଉ। ଦୋଷୀ କର୍ମଚାରୀଙ୍କ ବିରୋଧ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ I ନଚେତ ଆଗାମୀ ଦିନରେ ଡେଙ୍ଗୁ ରୋଗୀ ସୃଷ୍ଟି ହେବାର ଅଶଙ୍କା ଦେଖା ଦେଉଛି। ପଞ୍ଚାୟତ ନିର୍ବାଚନ ଆଗରେ ଭୋଟ୍ ମାଟି ମାଗିବାକୁ ଅସିବା ପୂର୍ବରୁ ନେତା ଓ ପ୍ରଶାସନ ଏବେ ଲୋକଙ୍କ ଜୀବନ ବଞ୍ଚାନ୍ତୁ। ନଚେତ ମିଶା କାମୁଡାରେ ଜୀବନ ଯିବ,ଆଉ ଦାୟିତ୍ଵ ନେବ କିଏ ?
