ବାସୁଦେବ ପାଥୋଲାବରେ ଜିଲ୍ଲା ଡ୍ରଗ୍ସ ପ୍ରଶାସନର ଚଢ଼ାଉ, କାଗଜପତ୍ର ଯାଞ୍ଚ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବାରମ୍ବାର ଅଭିଯୋଗ ପରେ, ଚେତିଲା ପ୍ରଶାସନ। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ବଜାର ସ୍ଥିତ ବାସୁଦେବ ପାଥୋଲାବରେ ଆଜି ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ କାଗଜପତ୍ର ଓ ରେକର୍ଡର ଯାଞ୍ଚ କରାଯାଇଛି। ଏହି ଚଢ଼ାଉରେ ଡ୍ରଗ୍ସ ବିଭାଗର ଅଧିକାରୀ ଓ ସୋର ପୁଲିସ ସହଯୋଗ କରିଥିଲେ।ସୂଚନା ଅନୁଯାୟୀ, ଉକ୍ତ ପାଥୋଲାବରେ ବିଭିନ୍ନ ପ୍ରକାର ଅନିୟମିତତା ଓ ଜାଲିଆତି ହେଉଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ପାଥୋଲାବର ବିଭିନ୍ନ ଲାଇସେନ୍ସ, ରେଜିଷ୍ଟର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଏହି ଭଳି ସୋର ରେ ମଧ୍ୟ ଅନେକ ପାଥୋଲାବ ରେ ଅନିୟମିତତା ହେଉଥିବା ବେଳେ ପ୍ରଶାସନ କେବେ ତଦାରଖ କରିବ ଦେଖିବାକୁ ବାକି ରହିଲା।
