**ନୂଆପଡ଼ାର ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକର ଛାୟା*
ନୂଆପଡା(ମିଖାଏଲ ନନ୍ଦ) ତ:୦୬.୦୮.
ନୂଆପଡ଼ା ଜିଲ୍ଲା ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓ ୪୩ ବର୍ଷ ବୟସରେ ଗତ କାଲି ବିଳମ୍ବିତ ରାତ୍ରିରେ ଦେହାନ୍ତ ହୋଇଅଛି। , ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ରାଜା କିରଣ ସିଂ ଦେଓ ପାନକ୍ରିୟା ଜନିତ ରୋଗ ରେ ପୀଡିତ ଥିଲେ। ତାଙ୍କୁ ରାୟପୁର ସ୍ଥିତ ଶ୍ରୀ ନାରାୟଣ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତ୍ରି ରେ ତାଙ୍କ ଦେହାନ୍ତ ହୋଇଥିବା ପରିବାର ପକ୍ଷ ରୁ ସୂଚନା ଦେଇଛନ୍ତି। ତାଙ୍କ ପାର୍ଥିବ ଶରୀର ଆସି ଆଜି ବୁଦ୍ଧିକୋମନ ସ୍ଥିତ ତାଙ୍କ ପୈତୃକ ଗ୍ରାମରେ ସେଶକୃତ୍ୟ ଅନୁଷ୍ଠିତ ହେବ। ତାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।ସେ ଜଣେ ମେଳାପୀ, ଭଦ୍ର, ମିଷ୍ଟଭାଷୀ, ସଦାବେଳେ ହସ ମୁଖ ବାଇକ୍ତିତ୍ଵ। ତାଙ୍କ ମୃତ୍ୟୁ ନୂଆପଡ଼ା ଜିଲ୍ଲାରେ ସାମ୍ବାଦିକ ଜଗତରେ ଅପୂରଣୀୟ କ୍ଷତି ଅଟେ।
