ଶହୀଦ ଅଗ୍ନି ଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାର ଙ୍କ ସହାୟତା
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଖୋଳୁଆ ଗ୍ରାମର ଅଗ୍ନି ଶମ ବିଭାଗର ଶହୀଦ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ
ଏକ କୋଟି କୋଡ଼ିଏ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ପ୍ରଦାନ କରିବାର ଘୋଷଣା ମଧ୍ୟ କରାଯାଇଛି । ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ସୁରେଶ ପୂଜାରୀ ଶହୀଦ ଚନ୍ଦନ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅଦମ୍ୟ ସାହାସ ଓ କର୍ତ୍ତବ୍ୟ ନିଷ୍ଟାକୁ ସ୍ମରଣ କରିଥିଲେ ।
ସରକାର ଶହୀଦଙ୍କ ପରିବାର ସହ ସର୍ବଦା ରହିବ ବୋଲି ସେ ପ୍ରକାଶ କରିଥିଲେ ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
