*ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ ପକ୍ଷ ରୁ ଖଡିଆଳଠାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ, ସାମ୍ବାଦିକଙ୍କୁ ସୁରକ୍ଷା, ସ୍ୱାଧୀନତା ଏବଂ ପେନସନ ବ୍ୟବସ୍ଥା ପାଇଁ କ୍ଲବ୍ ପକ୍ଷ ରୁ ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୦୮.
ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ ପକ୍ଷ ରୁ ଖଡିଆଳ ଠାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଅଛି। ବୈଠକ ରେ ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ଅଜିତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ବିବରଣୀ ପାଠ କରିଥିଲେ।ସଭାରେ ସଙ୍ଗଠକ କୁନାଲ ଚରଣ ବେହେରା ସଭା ପରିଚାଳନା କରିଥିବା ବେଳେ ଉପସଭାପତି ପରମେଶ୍ୱର ବାରିକ ଓଡ଼ିଆ ସାମ୍ବାଦିକ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉପଦେଷ୍ଟା ସଞ୍ଜୟ ତିୱାରୀ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ବେହେରା ସହ ସମ୍ପାଦକ ଗଣେଶ ରଣା, ସଦସ୍ୟ ବାପିନା ସାହୁ, ଦୀନବନ୍ଧୁ ଛତ୍ରିଆ, ମୁନ୍ନା ପାଣିଗ୍ରାହୀ ନିମନ୍ତ୍ରିତ ସଦସ୍ୟ ଚନ୍ଦ୍ର ଶେଖର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସାମ୍ବାଦିକ ରାଜ କିଶୋର ସିଂ ଦେଓ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବା ବରିଷ୍ଠ ସାମ୍ବାଦିକ ଡେନିସ ରାୟ ସୂଚନା ଦେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ପରିବାର ସହ ଯୋଗାଯୋଗ କରି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ ଆହ୍ବାନ କରିଥିଲେ। ବୈଠକ ରେ ବିଶେଷ କରି ଓଡ଼ିଆ ଭାଷାର ସୁରକ୍ଷା ସହିତ ସାମ୍ବାଦିକଙ୍କୁ ସୁରକ୍ଷା, ସ୍ୱାଧୀନତା ଏବଂ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ କ୍ଲବ୍ ପକ୍ଷ ରୁ ସରକାରଙ୍କୁ ଆହ୍ୱାନ କରାଯିବ।
