କୁରୁକୁରି ଖାଇ ଛାତ୍ର ଗୁରୁତର: ସୋର ଡାକ୍ତରଖାନା ରେ ଭର୍ତ୍ତି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: କୁରୁକୁରି ଖାଇ ଜଣେ ଛାତ୍ର ଅସୁସ୍ଥ ହେବା ନେଇ ଖବର ସୋର ରୁ ଆସିଛି। ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ର ନିଖିଲ ତରେଇ ସୋର ପବ୍ଲିକ ସ୍କୁଲରେ ପାଠ ପଢ଼ନ୍ତି। ଆଜି ସକାଳେ ଘରୁ ବାହାରିବା ପରେ ଏକ କୁରୁକୁରି ଖାଇଥିଲେ। ସ୍କୁଲରେ ପ୍ରାର୍ଥନା ଚାଲି ଥିବା ସମୟରେ ମୁଣ୍ଡ ବୁଲାଇବାରୁ ଅସୁସ୍ଥତା ଅନୁଭବ କରି ଅଚେତ ହୋଇ ପଡ଼ିଥିଲେ । ତୁରନ୍ତ ସ୍କୁଲ ତରଫରୁ ସଂପୃକ୍ତ ଛାତ୍ରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ଚିକିତ୍ସା ପରେ ଛାତ୍ର ଜଣକ ସୁସ୍ଥ ଅନୁଭବ କରିଥିଲେ। ଏ ସମ୍ବନ୍ଧରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ନାୟକଙ୍କୁ ପଚାରିବାରୁ ଛାତ୍ର ଜଣକ ବିଦ୍ୟାଳୟରେ ପହଞ୍ଚିବା ପରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୁରୁକୁରି ପାଇଁ ଛାତ୍ରଙ୍କ ଅସୁସ୍ଥତା ହେବା ନେଇ ଡାକ୍ତରଖାନା ତରଫରୁ ସେମିତି କିଛି ସ୍ପଷ୍ଟ କରାଯାଇନାହିଁ।
