ଲଗାଣ ବର୍ଷାରେ ଖସିଲା ନଦୀ ଅତଡ଼ା
ଆଗରପଡ଼ା,(ନିପ୍ର) ଗତ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ସାଳନ୍ଦୀ ନଦୀରୁ ଅତଡ଼ା ଖସିବା ଆରମ୍ଭ ହୋଇଛି । ଏହା ଦେଖି ନଦୀକୂଳିଆ ଗାଁ ଲୋକଙ୍କ ଆଶଙ୍କା ବଢ଼ିଯାଇଛି । ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ସଂଯୋଗକାରୀ ବିଜୁ ସେତୁ ନିକଟରେ ଏହିପରି ଅତଡ଼ା ଖସିଥିବାର ଦେଖିବାକୁ ମିଳିଛି । ନଦୀ ପାଣି ଗାଁ ମଧ୍ୟକୁ ପଶି ଯିବାର ଆଶଙ୍କା ପ୍ରକାଶ ପାଇଛି । . ନଦୀ କୁଳିଆ ଗ୍ରାମବାସି ରାତିରେ ନିଦ ହେଉନାହିଁ। ଡରିକି ଛାନିଆ
