*କୋମନା ସଦର ପାଇକପଡ଼ାରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର* ନୂଆପଡା(ମିଖାଏଲ ନନ୍ଦ) ତା:୩୧.୦୭.
ନୂଆପଡ଼ା ଜିଲ୍ଲା କୋମନା ସଦର ପାଇକପଡ଼ାରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର କରା ଯାଇଛି l ପାଇକପଡ଼ାର ଅବିନାଶ ମଲ୍ଲିକଙ୍କ ଘର ସାମନାରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଥିବା ଦେଖି ସେ କୋମନା ବନ ବିଭାଗକୁ ସୂଚନା ଦେଇଥିଲେ l ବନ ବିଭାଗ କର୍ମଚାରୀ ପହଞ୍ଚି ସୁରକ୍ଷିତ ଭାବେ ଉଦ୍ଧାର କରି କୋମନା ନିକଟସ୍ଥ ତନ୍ଦୁଲ ପାହାଡ଼ରେ ଛାଡ଼ି ଦେଇଛନ୍ତି l ବିରଳ ପ୍ରଜାତିର ଏଣ୍ଡୁଅକୁ ସୁରକ୍ଷିତ ଭାବେ ନେଇ ରେଞ୍ଜର ଭାରତ ବନ୍ଧୁ ଶବର, ୱାଇଲ୍ଡ ଲାଇଫ ୱାଡେନ୍ ମାୟାଧର ସରାଫ,ଫରେଷ୍ଟର ବିବେକାନନ୍ଦ ମିର୍ଦ୍ଧା,ବନ୍ୟଜନ୍ତୁ ଉଦ୍ଧାରକାରୀ ଫରେଷ୍ଟ ଗାର୍ଡ ବିମ୍ବାଧର ହଂସ, ପାରା ଫରେଷ୍ଟ ଗାର୍ଡ ସାଗର ଠେଲା ପ୍ରମୁଖ ତନ୍ଦୂଲ ପାହାଡ଼କୁ ଯାଇ ଏଣ୍ଡୁଅକୁ ସୁରକ୍ଷିତ ଭାବେ ଛାଡ଼ି ଥିଲେ l ଲୋକ ବିଶ୍ୱାସ ରହିଛି, ଏହି ଏଣ୍ଡୁଅକୁ ଦେଖିଲା ମାତ୍ରେ ମାରି ତା ଉପରେ ନୂଆଁ କପଡ଼ା ଢାଙ୍କି ପରିବାରର ଏକ ସଦସ୍ୟ ମରି ଗଲା ବୋଲି କାନ୍ଦ ବୋବାଳି କରି ଥାଆନ୍ତି l ଫଳରେ ଅନେକ ବିରଳ ପ୍ରଜାତିର ଜନ୍ତୁ ଲୋପ ପାଇବାକୁ ବସିଲାଣି l
