ବନ୍ୟା ପ୍ରଭାବିତ ଙ୍କୁ ରିଲିଫ ବଣ୍ଟନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)ଗତ ୧୫ ଦିନ ରୁ ଉର୍ଦ୍ଧ ଦିନ ହେବ ଲଗାଣ ବର୍ଷା ପ୍ରଭାବରେ କାଂଶବାଂଶ ନଦୀ ରେ ବନ୍ୟା ହେତୁ ସୋର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସାଜନପୁର, ସବିରା, ତଳନଗର, ଟେଣ୍ଟେଇ, ଅନନ୍ତପୁର ଆଦି ପଞ୍ଚାୟତ ର ଲୋକମାନେ ପାଣି ଘେରରେ ରହିଥିବା ର ଦେଖିବାକୁ ମିଳିଛି। ସାଜନପୁର ପଞ୍ଚାୟତ ର ଚପରପଦା, ସାଜନପୁର, କସବା ଆଦି ଗ୍ରାମଗୁଡିକରେ ୩ ଫୁଟ ରୁ ଅଧିକ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିବା ବେଳେ ପ୍ରାୟ ୮୦ ପାଖାପାଖି ଘର ଏବେ ପାଣି ଘେରରେ ଅଛନ୍ତି। ସାଜନପୁର ପଞ୍ଚାୟତ ବିଜେପି ତରଫରୁ ଜିଲ୍ଲା କୃଷକ ମୋର୍ଚ୍ଚା ର ଉପସଭାପତି ସିଦ୍ଧାର୍ଥ ଶଙ୍କର ବେହେରା ଙ୍କ ସହଯୋଗ ରେ ୱର୍ଡ ସଭ୍ୟ ରାଜେଶ ନାୟକ, ପଞ୍ଚାୟତ ପ୍ରମୁଖ ଅନିଲ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି,ଗୈରାଙ୍ଗ ବେହେରା, ଜୟନ୍ତ ସେଠି ପ୍ରମୁଖ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ମହମବତୀ ପ୍ରଦାନ କରିଥିଲେ।
