ମା କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପ୍ରଦାନ ରେ କେଲେଙ୍କାରୀ।
ଜଗତସିଂହପୁର(ନି.ପ୍ର):
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପିତେଇପୁର ସ୍ଥିତ ମା କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ରାଜ୍ୟ ସରକାର ଯୋଗାଉଥିବା ମଧ୍ୟାହ୍ନ ଭୋଜନ ପ୍ରଦାନ ରେ ୬ ବର୍ଷ ଭିତରେ ଏକାବନ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ର ମହା ଘୋଟଲା ହୋଇଥିବା ବିଦ୍ୟାଳୟ ର ପୁରାତନ ଛାତ୍ର ସୁଜିତ କୁମାର ଦାସ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଡିଜି ଙ୍କ ନିକଟରେ ଅଭିଯୋଗ କରିବା ସହିତ ମହାଘୋଟଲା ରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଦାବି କରିଛନ୍ତି। କରୋନା ମହାମାରୀ ଠାରୁ ଆରମ୍ଭ କରି ଚଳିତ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷ ମଧ୍ୟରେ କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଆୟବେୟ ର ହିସାବ ସୁଜିତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ମାତ୍ର ୨ ବର୍ଷର ସୂଚନା ସୁଜିତ ଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ଅନ୍ୟ ସୂଚନା ପ୍ରଦାନ ନ କରିବା ପଛରେ ରହସ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମରାଯାଇଥିବା ସୂଚନା ମୁତାବକ ମା କନକଦୁର୍ଗା ଖାଉଟି ଭଣ୍ଡାର ଅନାମଧେୟ ଜଣେ ବ୍ୟକ୍ତି ଙ୍କ ନାମରେ ଏକାଧିକ ବାପା ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମିଥ୍ୟା ବିଲ ପ୍ରସ୍ତୁତ କରାଯାଇଛି, ଯାହା କି ସେଭଳି କୌଣସି ବ୍ୟକ୍ତି କିମ୍ବା ଭଣ୍ଡାର କନକଦୁର୍ଗା ରେ ଆଦୌ ନାହିଁ । ସେହିପରି ଗୋଟିଏ ଇନ୍ଧନ ଗ୍ୟାସ ସିଲିଣ୍ଡର ଦାମ ଚାରି ହଜାର ଟଙ୍କା ରୁ ଉର୍ଦ୍ଧ ଟଙ୍କା ରେ କିଣାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଏହି ଭଳି ବହୁ ମିଥ୍ୟା ବିଲ ପ୍ରସ୍ତୁତ କରି ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଆସୁଥିବା ମଧ୍ୟାହ୍ନ ଭୋଜନ ଟଙ୍କା ସବୁ ହଡପ କରାଯାଇଛି। ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଟଙ୍କା ହଡପ କାରି ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କୁ ଗିରଫ କରିବାକୁ ପୁରାତନ ଛାତ୍ର ସୁଶାନ୍ତ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଜ଼ିଲ୍ଲାପାଳ ଓ ଡିଜି ଙ୍କ ନିକଟରେ ଦାବି କରିଛନ୍ତି।
