*ଖଡ଼ିଆଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ୪ ଜଣ ଜୁଆଡ଼ି ଗିରଫ, ୪୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୨୫/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୪୦,୪୦୦ ଟଙ୍କା, ୪ଟି ମୋବାଇଲ ଫୋନ୍ ଏବଂ ତାସପତ୍ର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଖଡ଼ିଆଳ ସହରର ଏକ ସ୍ଥାନରେ କିଛି ବ୍ୟକ୍ତି ଜୁଆ ଖେଳୁଥିବା ନେଇ ସ୍ଥାନୀୟ ଲୋକେ ଦୀର୍ଘଦିନ ହେବ ଅଭିଯୋଗ କରିଆସୁଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ଆଇଆଇସି ସୁମନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କୁ କାବୁ କରିବା ସହ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ:
ତପନ ସ୍ୱାଇଁ (୩୯): ପିତା- ରାମଚନ୍ଦ୍ର ସ୍ୱାଇଁ, ଗ୍ରାମ/ଥାନା- ଅମଲାଭଟା, ଜିଲ୍ଲା- ରାୟଗଡ଼ା। (ବର୍ତ୍ତମାନ ଠିକଣା- ଇରିଗେସନ କଲୋନୀ, ମହାମାୟା କଲେଜ ସମ୍ମୁଖ, ଖଡ଼ିଆଳ)।ରବି (୪୨): ପିତା- ସ୍ୱର୍ଗତ ଡମ୍ବରୁଧର ବାଗ, ଗ୍ରାମ- କୋଡ଼ାଭେଟା, ଥାନା- ଖଡ଼ିଆଳ, ଜିଲ୍ଲା- ନୂଆପଡ଼ା।ସଞ୍ଜୟ ସତନାମୀ (୩୮): ପିତା- ସ୍ୱର୍ଗତ ରାଧେଶ୍ୟାମ ସତନାମୀ, ଗ୍ରାମ- ଗଣ୍ଡାବାହାରୀ, ସିନାପାଲି ଥାନା ଅଧୀନ (ବର୍ତ୍ତମାନ ଠିକଣା- ସତନାମୀପଡ଼ା, ଖଡ଼ିଆଳ)।
ରମାକାନ୍ତ ସାହୁ (୩୫): ପିତା- ଗୁପ୍ତେଶ୍ୱର ସାହୁ, ଗ୍ରାମ- ସାହୁପଡ଼ା, ଖଡ଼ିଆଳ ୱାର୍ଡ ନଂ-୪।
ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏହି ମାମଲାରେ ଖଡ଼ିଆଳ ଥାନାରେ ଏକ କେସ୍ ରୁଜୁ କରାଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।ପୋଲିସ ଏହି ମାମଲାରେ ଏକ କେସ୍ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
