ଗଞ୍ଜେଇ ଜବତ, ଜଣେ ଗିରଫ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ଗଞ୍ଜେଇ ଜବତ, ଜଣେ ଗିରଫ। ସୂଚନାଯୋଗ୍ୟ ବାଲେଶ୍ବର ଅବକାରୀ ଅଧିକ୍ଷକ ଶେଖ ଆସିଫ ଅଲ୍ଲୀ ଙ୍କ ନିର୍ଦେଶ କ୍ରମେ, ଅବକାରୀ ଉପ ଅଧିକ୍ଷକ ଶ୍ରୀମତୀ ସ୍ୱପ୍ନା ରାଣୀ ସାହୁ ଏଵଂ ନୀଳଗିରି ରେଞ୍ଜ ନିରୀକ୍ଷକ କେଶବ ଦାସ ଙ୍କ ତତ୍ୱାବଧାନ ରେ ସୋର ଅବକାରୀ ଥାନା ଏଵଂ ଖଇରା ଅବକାରୀ ଥାନା ର ଅଫିସର ଏଵଂ ଷ୍ଟାଫ ମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ସୋର ଥାନା ଅନ୍ତର୍ଗତ ନଦିଗାଁ ରେ ଚଢ଼ାଉ କରିଥିଲେ । ନଦିଗାଁ ଗ୍ରାମର ସତ୍ୟନାରାୟଣ ସେଠି ଙ୍କ ନିକଟରୁ ୭୬୦ ଗ୍ରାମ ଗଞ୍ଜେଇ ଜବତ କରି, ଆସାମୀ ଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
