ଆଗରପଡ଼ା ଗାନ୍ଧୀ ରାମନାରାୟଣ ରାୟଙ୍କ ଜୟନ୍ତୀ
ବନ୍ତ /ଆଗରପଡ଼ା,( ନିପ୍ର) ଆଗରପଡ଼ା ଗାନ୍ଧୀ ତଥା ବର୍ଷିୟାନ ସମାଜସେବୀ ରାମନାରାୟଣ ରାୟଙ୍କ ୯୨ତମ ଜୟନ୍ତୀ ଉତ୍ସବ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦେଇଥିବା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ଯକ୍ଷ ମନୋରଂଜନ ଘଡେଇ,ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ, କବି ଅରୁଣ ରାଉତ ପ୍ରମୁଖ ଶ୍ରୀ ରାୟଙ୍କ ପ୍ରତିଭା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ପୂଜ୍ୟପୂଜା ଲୋକ ସଂସଦ ପକ୍ଷରୁ ଆୟୋଜିତ ସଭାରେ ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର ପଣ୍ଡା ସଭାପତିତ୍ଵ କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ରାୟଙ୍କ ପୁଅ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ, ହାଇକୋର୍ଟ ଆଡ଼ଭୋକେଟ ମନୋଜ, ବିଲଡର୍ସ ତାପସ, ନୃସିଂହ, ମାନସ ପ୍ରମୁଖ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।
