ବିକାଶ ଉଚ୍ଚତମ ପରିସରରେ ଅଳଙ୍କରଣ ସମାରୋହ
ବିକାଶ ଉଚ୍ଚତମ ପରିସରରେ ଅଳଙ୍କରଣ ସମାରୋହ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା: ଆଜିର ଛାତ୍ର ଆସନ୍ତାକାଲିର ଭବିଷ୍ୟତ। ନେତୃତ୍ୱର ଭିତ୍ତି ଛାତ୍ରଜୀବନରୁ ହିଁ ଗଢ଼ିଉଠେ। ଏହି ଉଦ୍ଦେଶ୍ୟକୁ ଆଧାର କରି ବିକାଶ ଶିକ୍ଷାନୁଷ୍ଠାନରେ ସିବିଏସଇ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ସହିତ ସିବିଏସଇ ମାଧ୍ୟମିକ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ର ପରିଷଦର ଅଳଙ୍କରଣ ସମାରୋହ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଡ. ଶ୍ୟାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନିର୍ଦ୍ଦେଶକ ଡ. ରାମକୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡ. ବିଜୟ ଓ ଡ. ପଦ୍ମିନୀ, ଅଧ୍ୟକ୍ଷ ଏବଂ ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମୋହନ, ପ୍ରଶାସନ ଉପାଧ୍ୟକ୍ଷ ଜିତ ଦନ୍ତ ଏବଂ ପ୍ରବନ୍ଧକ ଗଣେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ।
ସିବିଏସଇ ଓ ସିଏଚଏସଇ ବିଭାଗରେ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ହେଡ୍ ବୟ, ହେଡ୍ ଗର୍ଲ ଏବଂ ବିଭିନ୍ନ ବିଭାଗ ଓ କ୍ଲବର କ୍ୟାପ୍ଟେନମାନଙ୍କୁ ଚୟନ କରାଯାଇଥିଲା। ପରେ ଆୟୋଜିତ ଭବ୍ୟ ସମାରୋହରେ ନବନିର୍ବାଚିତ ଛାତ୍ରନେତାମାନଙ୍କୁ ଅତିଥିମାନେ ଦାୟିତ୍ୱ ପ୍ରଦାନ କରିଥିଲେ ଏବଂ ନେତୃତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ କ୍ରୀଡ଼ା ଶିକ୍ଷକ ପ୍ରବୀଣ କୁମାର ନବନିର୍ବାଚିତ ପଦାଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ ଉପାଧ୍ୟକ୍ଷ ନାରାୟଣ ମୋହନ ଧନ୍ୟବାଦ ଜ୍ଞାପନ କରିଥିଲେ। ସଂସ୍ଥାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।
