ପାଟଣା ବ୍ଲକ ମୁଖ୍ୟାଳୟରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ଉଦ୍ଘାଟିତ
ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ସୋମବାର ସକାଳ ୭ଟା ୩୦ ମିନିଟ୍ରେ ନବଗଠିତ ମିଡ଼ିଆ ହାଉସ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ମିଡ଼ିଆ ହାଉସର ସଭାପତି ରାହାସ ବିହାରୀ ପୁଷ୍ଟିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ସ୍ଥାନୀୟ ସରପଞ୍ଚ ବିନତି ବାନରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ,ମନସୁର ଆଲାମ, ସମାଜସେବୀ ଭରତ ଚନ୍ଦ୍ର ସାହୁ, କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ଯୁଗଳ କିଶୋର ଦାଶ ଓ ଦୁର୍ଗା ଚରଣ ନାଏକପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମିଡ଼ିଆ ହାଉସର ସମ୍ପାଦକ ଦୀନବନ୍ଧୁ ମିଶ୍ର ପରିଚାଳନା କରିଥିଲେ। ଏଥିରେ ମିଡ଼ିଆ ହାଉସର ଉପସଭାପତି ଅଞ୍ଜନ କୁମାର ରଣା, ବିଜୟ କୁମାର ମହାନ୍ତ, ଦଶରଥ ବାରିକ, ଦୀପକ କୁମାର ଭଞ୍ଜ ଦେଓ, ମହେଶ୍ୱର ପୁଷ୍ଟି, ବିରୋ କିଶୋର ଦାଶ, ଯତୀନ୍ଦ୍ର ଦାଶ, ସଞ୍ଜିତ କୁମାର ଚକ୍ର, ବସନ୍ତ କୁମାର ମହାନ୍ତ, କୈଳାସ ମହାନ୍ତ, ସବ୍ୟସାଚୀ ସିଂହ, ଅରୁଣ କୁମାର ବେଜ, ସୁଜିତ କୁମାର ଦାଶ,ସଞ୍ଜିତ କୁମାର ଚକ୍ର, ଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସମାଜରେ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱବୋଧପୂର୍ଣ୍ଣ ସାମ୍ବାଦିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ମିଡ଼ିଆ ହାଉସ ପାଟଣା ଅଞ୍ଚଳର ବିଭିନ୍ନ ସମସ୍ୟା, ବିକାଶମୂଳକ କାର୍ଯ୍ୟକ୍ରମ, ସାମାଜିକ ଘଟଣାବଳୀ ଓ ଜନସାଧାରଣଙ୍କ ସ୍ୱରକୁ ନିରପେକ୍ଷ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଉଠିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ଶେଷରେ ସଭାପତି ରାହାସ ବିହାରୀ ପୁଷ୍ଟି ଉପସ୍ଥିତ ସମସ୍ତ ଅତିଥି, ସାମ୍ବାଦିକ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମଟି ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସଫଳତାର ସହ ସମାପ୍ତ ହୋଇଥିଲା।
