ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ କବିସୂର୍ଯ୍ୟନଗର ବ୍ଲକ NR. ବଗଡ଼ା ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ଥିବା ୮୦ ବର୍ଷର ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛି । ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ତତ୍ତ୍ୱାବଧାନରେ ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ, ଶ୍ରୀ ମୁରଲୀମୋହନ ଆଚାର୍ଯ୍ୟ, ଶ୍ରୀ ତରୁଣ କୁମାର ପାଢୀ, ଶ୍ରୀ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ NR. ବଗଡ଼ା ଗ୍ରାମରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ସ୍କୁଲ୍ ଘରେ ରହୁଥିବା ୮୨ ବର୍ଷୀୟ ଶ୍ରୀ ସହଦେବ ନାୟକ ଓ ତାଙ୍କ ସହଧର୍ମିଣୀ କାମ୍ପ ନାୟକଙ୍କୁ ସାକ୍ଷାତ ଆଲୋଚନା କରିଥିଲେ। ସେମାନଙ୍କ ସାହାରା ଥିବା ଏକମାତ୍ର ଝିଅର ଅକାଳ ମୃତ୍ୟୁ ପରେ ଆଜି ସେମାନେ ବେସାହାରା ହୋଇଯାଇଥିବା ପ୍ରକାଶ କରିଥିଲେ। ଟ୍ରଷ୍ଟ ତରଫରୁ ସେମାନଙ୍କୁ ଏକ ମାସର କିରାଣୀ ସାମଗ୍ରୀ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର, ପିନ୍ଧା ଲୁଗା, ବେଡସିଟ,ରେଝେଇ ଇତ୍ୟାଦି ପ୍ରଦାନ କରାଗଲା। ଗ୍ରାମବାସୀଙ୍କ ଗହଣରେ ,ବେଶ୍ କିଛି ସମୟ ଆଲୋଚନା କରି ସେମାନଙ୍କୁ ଖୁସୀ କରିବା ପ୍ରୟାସ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଜନ ପ୍ରତିନିଧି ମାନେ ଉକ୍ତ ବେସାହାରା ପରିବାରଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।
