*ସିନାପାଲି:ଉଦନ୍ତୀ ୟୁଥ କ୍ଲବର ଅଭିନବ ରକ୍ତଦାନ, ମେଗା ରକ୍ତଦାନ ଶିବିରରେ ୫ ଯୋଡି ଦମ୍ପତି ଓ ୧୫ ମହିଳାଙ୍କ ସମେତ ୧୧୮ ୟୁନିଟ ରକ୍ତ ସଂଗ୍ରହ*
ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୭.
ନୂଆପଡା ଜିଲ୍ଲା ସିନାପାଲିର ବହୁ ପ୍ରତିଷ୍ଠତ ଉଦନ୍ତୀ ୟୁଥ କ୍ଲବ ତରଫରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଶିବିରରେ ୫ ଯୋଡି ଦମ୍ପତି ଓ ୧୫ ମହିଳାଙ୍କ ସହ ମୋଟ ୧୧୮ ଜଣ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରିଥିଲେ l ଶିବିରରେ ମୁଖ୍ୟଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ଆଇଆଇସି ମହେଶ୍ୱର ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ପୂର୍ବ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର, ନନ୍ଦକୁମାର ପାତ୍ର, ତୁଳସୀରାମ ମେହେର, ଅରିଗଞ୍ଜନ ଯୋଷୀ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ l କ୍ଲବ ଉପଦେଷ୍ଟା ରବିନ୍ଦ୍ରନାଥ ଯୋଷୀ, ତ୍ରିନାଥ ମେହେର, ବୈଷ୍ଣବ ମେହେର, ହାଡୁରାମ ମେହେର, ରୁପେଶ ଚନ୍ଦ୍ର ମେହେର, ନୀଳାଞ୍ଚଳ ମେହେର, ପ୍ରେମାନନ୍ଦ ମେହେର,ଗଣେଶରାମ ମେହେର ଉପସ୍ଥିତ ରହି ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ୟୁଥ କ୍ଲବ ସଭାପତି ପ୍ରଭାତ କୁମାର ମେହେର, ସମ୍ପାଦକ ବେଣୁଧର ମେହେରଙ୍କ ସହ ରକ୍ତଦାତା ମାନେ ଉତ୍ସାହିତ ରକ୍ତଦାନ କରିଛନ୍ତି। ୧୧୮ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି। ।
