*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ଭାରତୀୟ ଜନତା ପାର୍ଟି ଏସ ସି ମୋର୍ଚ୍ଚା ସମ୍ମିଳନୀ, ଏସ ସି ମୋର୍ଚ୍ଚା ସଭାପତି ରାଧେଶ୍ୟାମ ବାଗ ଙ୍କ ନେତୃତ୍ୱରେ ବିପୁଳ ଯୁବକ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୭.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ଭାରତୀୟ ଜନତା ପାର୍ଟି ଏସ ସି ମୋର୍ଚ୍ଚା ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ମଜଭୁତ୍ ପାଇ ଆହ୍ୱାନ କରିଥିଲେ। ସଭାରେ ଏସ ସି ମୋର୍ଚ୍ଚା ସଭାପତି ରାଧେଶ୍ୟାମ ବାଗ ଙ୍କ ନେତୃତ୍ୱରେ ବିପୁଳ ଯୁବକ ଯୋଗଦାନ କରିଥିବା ବେଳେ ଦଳ କୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ସଭାରେ ରାଜ୍ୟ ଏସ ସି ମୋର୍ଚ୍ଚା ମନିଜର ଆର୍ଯ୍ୟ, ବରିଷ୍ଠ ନେତୃମଣ୍ଡଳୀ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଚତୁର୍ଭୁଜ ଶର୍ମା, ବହୁ କର୍ମୀ ସାମିଲ ହୋଇଥିଲେ।
