କେନ୍ଦୁଝର,…..:କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ,ସ୍ବସ୍ତି ଫାଉଣ୍ତେସନ,ଆର୍ଟ ଅଫ ଲିଭିଙ୍ଗ ଓ ଜିଲ୍ଲା କାରାଗାର ର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଯୋଗ ଦିବସ ଗାରାଗାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି।ଗୋଟିଏ ପୃଥିବୀ’ଗୋଟିଏ ସ୍ବାସ୍ଥ୍ୟ ର ଆହ୍ବାନ ଦେଇ କାରାଗାର ର ୫୫୦ ଜଣ ଅନ୍ତେବାସୀ ଙ୍କ ଗହଣରେ ୨୦୮ ଅନ୍ତେବାସୀ ଙ୍କ ପ୍ରତ୍ୟେକ୍ଷ ଯୋଗଭ୍ୟାସ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ଜିଲ୍ଲାକାରାଗାର ର କରାପାଳ ଶ୍ରୀମତୀ ମନସ୍ବିନୀ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେନ୍ଦ୍ରସରକାର ଙ୍କ ମାର୍ଗଦର୍ଶନ ତଥା ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ନିର୍ଦେଶ କ୍ରମେ ଗାରାଗାର ରେ ଯୋଗ ଦିବସ ପାଳିତ ହୋଇଛି।ଅନ୍ତେବାସୀ ଯୋଗଭ୍ୟାସ କଲେ ଶରୀର ସୁସ୍ଥ ରହିବା ସହିତ ମାନସିକ ସୁସ୍ଥତା ଲାଭ ମିଳିଥାଏ ବୋଲି ପରାମର୍ଶ ଦିଆଯାଇଥିଲା।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ର କାର୍ଯ୍ୟକ୍ରମ ପରାମର୍ଶଦାତା ଡା. ବିମ୍ବାଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗ ଏକ ଜୀବନ ଦର୍ଶନ,ଏହା ଶରୀର ଓ ମନ ସହ ଆତ୍ମାକୁ ଏକତ୍ର ସଂଯୋଗ କରିଥାଏ।ଆସନ ପ୍ରଣାୟାମ ସାଙ୍ଗକୁ ଯମ,ନିୟମ,ଧ୍ୟାନ,ଧାରଣା,ସମାଧି ଆଦି ଅଷ୍ଟାଙ୍ଗ ଯୋଗର ଏକ ସଂମ୍ପୁର୍ଣ୍ଣ ପଦ୍ଧତି ଓଡିଶା ଗାନ୍ଧୀ ବିଚାର ପରିଷଦର ସଭାପତି ତଥା ବରିଷ୍ଠ ସମାଜିକ କର୍ମୀ ଶ୍ରୀଭକ୍ତବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଜାତିସଂଘନ ର ଦିଆଯାଇଥିବା ପ୍ରସ୍ତାବ ଫଳରେ ଅନ୍ତଃଜାତୀୟ ଯୋଗ ଦିବସ ୨୦୨୫ମସିହା ଏକାଦଶ ବର୍ଷରେ ପହଞ୍ଚିଛି।ଯୋଗ ମାଧ୍ୟମରେ ସାମଜିକ ନୈତିକତା,ବୃକ୍ତିଗତ ଶୃଙ୍ଖଳ,ଅହିଂସା,ସତ୍ୟ,ଅମ୍ଭେୟ,ବ୍ରହ୍ମରର୍ଯ୍ୟ,ଅପରିଗ୍ରହ ବିଷୟ ଏବଂ ଗାନ୍ଧୀଜୀ ଙ୍କ ଏକାଦଶ ବ୍ରତ ର କଥା କୁ ବହନ କରୁଛି।ଯୋଗ ଶାରିରୀକ ସ୍ବାସ୍ଥ୍ୟରେ ଦୃଲ୍ଲଭ ଦାନ।ସମସ୍ତ ଅନ୍ତେବାସୀ ଯୋଗାଭ୍ୟାସ କରି ଶରୀର ସୁସ୍ଥ ରଖିବାକୁ ଆହ୍ବାନ ଦେଇଛନ୍ତି।ଅାର୍ଟ ଅଫ ଲିଂଭିଙ୍ଗ ଯୋଗାଚାର୍ଯ୍ୟ ଶ୍ରୀ ପ୍ରଭାତ ରଂଞ୍ଜନ ଭୁୟାଁ ୨୧୦ ଅନ୍ତେଃବାସୀ ମାନଙ୍କୁ ଭିନ୍ନ ଭିନ୍ନ ଯୋଗାଭ୍ୟାସ କରାଇଥିଲେ।ସ୍ବସ୍ତିଫାଣ୍ତେସନର ଶ୍ରୀ ମାନସ ରଂଞ୍ଜନ ପଣ୍ତା,କେନ୍ଦୁଝର କାରାଗାର ର କାରାମଙ୍ଗଳ ଅଧିକାରୀ ସୀମା ନାଏକ,ସହକାରୀ କାରାପାଳ ଶ୍ରୀ ସୁରେନ୍ଦ୍ରନାଥ ପାତ୍ର,ଶ୍ରୀ କିଶୋର ଚନ୍ଦ୍ର ଦାସ,ଲିଗାଲ ଇଲେଣ୍ଟର ଶ୍ରୀମାନସ ରଂଞ୍ଜନ ପାଣିଗ୍ରାହୀ,ପ୍ରଗତୀ ଫାଉଣ୍ତସନର ଶ୍ରୀ ଥରିଲୋଚନ ମହାନ୍ତ ସମେତ କାରାଗାର ର ସମସ୍ତ କର୍ମକର୍ତ୍ତା ଯୋଗ ଶିବିର ପରିଚାଳନା କରିଥିଲେ।
