ଉଦଳା_ବ୍ଲକଚେୟାରମ୍ୟାନଙ୍କୁ_ଜେଲ୍_ଦଣ୍ଡାଦେଶ_
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହେଲେ ସ୍ଥାନିୟ ଯୁବକ
ମିଳିଥିବା ସୂଚନା ଅନୁଯାୟୀ
ଚେକ୍ ବାଉନ୍ସ ମାମଲାରେ ଉଦଳା ବ୍ଲକ ଚେୟାରମ୍ୟାନ ମଞ୍ଜୁଲତା ବିଶ୍ୱାଳଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ଉଦଳା କୋର୍ଟର ଏସ.ଡି.ଜେ.ଏମ୍ (SDJM) ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ଚେୟାରମ୍ୟାନ ମଞ୍ଜୁଲତା ବିଶ୍ୱାଳ ସ୍ଥାନୀୟ ଅଂଚଳର ଦିବ୍ୟଜ୍ୟୋତି ଜେନାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ପରିଶୋଧ ବାବଦରେ ସେ ୨୦୨୫ ମସିହାରେ ଦିବ୍ୟଜ୍ୟୋତିଙ୍କୁ ଏକ ଚେକ୍ ପ୍ରଦାନ କରିଥିଲେ। ଉକ୍ତ ଚେକ୍ଟି ବାଉନ୍ସ ହୋଇଯିବାରୁ ଦିବ୍ୟଜ୍ୟୋତି ଜେନା ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣୀ କରି ମାନ୍ୟବର SDJM କୋର୍ଟ ବିଚାରପତି ମଞ୍ଜୁଲତା ବିଶ୍ୱାଳଙ୍କୁ ୬ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଦିବ୍ୟଜ୍ୟୋତିଙ୍କୁ ୧୬ ଲକ୍ଷ ୫୦ ହଜାର ଟଙ୍କା ୧୫ ଲକ୍ଷ ମୂଳଧନ କ୍ଷତିପୂରଣ ବାବଦକୁ ଆଉ ୧ ଲକ୍ଷ ୫୦ ହଜାର ଟଙ୍କା ଅଧିକ ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅତିରିକ୍ତ ଦଣ୍ଡ: ଯଦି ଧାର୍ଯ୍ୟ ଅର୍ଥରାଶି ପରିଶୋଧ ନ କରାଯାଏ, ତେବେ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାୟ ପ୍ରକାଶ ପାଇବା ପରେ ବ୍ଲକ ଚେୟାରମ୍ୟାନ ବେଲ୍ରେ ମୁକୁଳିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯିବାରୁ ଚେୟାରମ୍ୟାନ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
