ସାପ କାମୁଡ଼ାରେ 11ବର୍ଷୀୟା ଝିଅ ଟୁନି ମୃତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ରାୟଗଡ ଥାନା ଅନ୍ତର୍ଗତ ଚମ୍ପାପୁର ଗ୍ରାମର ଟୁନି ଶବର ଙ୍କ 11ବର୍ଷୀୟା ଝିଅ ଟି ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଗତ କାଲି ରାତି ପ୍ରାୟ ୧୨ ଟା ବେଳେ ଝିଅଟି ଶୋଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲା। ଏହାକୁ ଦେଖି ଝିଅଟିର ପରିବାର ଲୋକେ ତାଙ୍କୁ ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ବେଳେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ଝିଅଟିର ଅବସ୍ଥା ସଙ୍କଟାପୁର୍ଣ୍ଣ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି କୁ ପଠାଇ ଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ବେଳେ ରାସ୍ତାରେ ଝିଅଟିର ମୃତ ଘଟି ଥିଲା । ଉକ୍ତ ନାବାଳିକା ର ଶବକୁ ରାୟଗଡ଼ ଥାନା ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିବା ସୁଚନା ମିଳିଛି। କେଉଁ ସାପ କାମୁଡ଼ିଲା, ନା କଣ ବିଷାକ୍ତ କୀଟ କାମୁଡ଼ିଲା ରୁ ଝିଅଟିର ମୃତ୍ୟୁ ହେଲା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
