ରଥଯାତ୍ରା–୨୦୨୬ ଅବସରରେ ରାୟଗଡ଼ ପୌରପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛତା ସଚେତନତା ଓ ସଫେଇ କାର୍ଯ୍ୟକ୍ରମ
ଅନୁଷ୍ଠିତ
(ରମେଶ ଅଗ୍ରୱାଲ.:ନିପ୍ର)
ପବିତ୍ର ରଥଯାତ୍ରା–୨୦୨୬ ପାଳନ ଅବସରରେ ରାୟଗଡ଼ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟନାୟକଙ୍କ ନେତୃତ୍ୱରେ ” ସଫେଇ ଆପଣାଅ ବିମାରୀ ଭଗାଅ” ସ୍ୱଚ୍ଛତା କାର୍ଯ୍ୟକ୍ରମ ଅଧିନରେ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରଥଯାତ୍ରା ଅବସରରେ ସହରର ବଡ଼ଦାଣ୍ଡକୁ ପରିଷ୍କାର, ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶରେ ପରିଣତ କରିବା ସହ ଭକ୍ତମାନଙ୍କ ପାଇଁ ସୁବ୍ୟବସ୍ଥିତ ଯାତ୍ରାର ସୁନିଶ୍ଚିତତା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ସ୍ୱଚ୍ଛତା ଅଭିଯାନରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡର କାଉନ୍ସିଲର୍ ଏବଂ ସ୍ୱଚ୍ଛ କର୍ମୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବଡ଼ଦାଣ୍ଡ ଓ ଏହାର ଆଖପାଖ ଅଞ୍ଚଳର ସଫେଇ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ସମସ୍ତ ଜନସାଧାରଣଙ୍କୁ ରାୟଗଡ଼ ସହରକୁ ସଫା ଏବଂ ସୁରକ୍ଷିତ ରଖିବା ପାଇଁ ଅପିଲ କରିଛନ୍ତି।
ସେ କହିଛନ୍ତି ସହରକୁ ସଫା ଏବଂ ସୁରକ୍ଷିତ ରଖିବାପାଇଁ ରାୟଗଡ ପୌରପରିଷଦ ସଂକଳ୍ପ ବଦ୍ଧ । ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଜନସାଧାରଙ୍କ ସହଯୋଗ ଏକାନ୍ତ କାମ୍ୟ ।
ରାୟଗଡ଼ ପୌରପରିଷଦ ସମସ୍ତ ନାଗରିକଙ୍କୁ ପବିତ୍ର ରଥଯାତ୍ରା–୨୦୨୬ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ସ୍ୱଚ୍ଛ, ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ରଥଯାତ୍ରା କାମନା କରୁଛି।
