**ସାମ୍ବାଦିକଙ୍କୁ ଧମକ ଦେବା ଓ ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମକୁ ହେୟଜ୍ଞାନ କରିବା କେତେଦୂର ଯଥାର୍ଥ?**
ଭାରତ ସରକାରଙ୍କ **MIB** ଏବଂ ରାଜ୍ୟ ସରକାରଙ୍କ **MSME** ସ୍ୱୀକୃତିପ୍ରାପ୍ତ **OMM MEDIA NEWS** ଚ୍ୟାନେଲକୁ ଉଦ୍ଦେଶ୍ୟମୂଳକ ଭାବେ ହେୟଜ୍ଞାନ କରିବା, “ଲୋକାଲ ଚ୍ୟାନେଲ” ବୋଲି ଅପମାନିତ କରିବା ଏବଂ OMM MEDIAର ସାମ୍ବାଦିକଙ୍କୁ ଧମକ ଦେବା ଗଣତାନ୍ତ୍ରିକ ବ୍ୟବସ୍ଥାରେ କଦାପି ଗ୍ରହଣୀୟ ନୁହେଁ।
ଯଦି କାହାରି ମନେ ହେଉଛି ଧମକ ଦେଇ, ଭୟ ଦେଖାଇ କିମ୍ବା ଗଣମାଧ୍ୟମକୁ ହେୟଜ୍ଞାନ କରି ସତ୍ୟକୁ ଦବାଇ ଦିଆଯିବ, ତେବେ ସେହି ଧାରଣା ସମ୍ପୂର୍ଣ୍ଣ ଭୁଲ। ସାମ୍ବାଦିକତାକୁ ଚୁପ୍ କରିବାର ଯେକୌଣସି ପ୍ରୟାସ ଆଇନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ।
ରାଜ୍ୟ ସରକାର, ଯାଜପୁର ଜିଲ୍ଲାପାଳ ଏବଂ ଯାଜପୁର ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନମ୍ର ଅନୁରୋଧ, ଯଦି ଧମକ, ଅପମାନ କିମ୍ବା ଆଇନବିରୋଧୀ କାର୍ଯ୍ୟର ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ପ୍ରଚଳିତ ଆଇନ ଅନୁଯାୟୀ କଠୋର ଓ ନିଷ୍ପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆଇନ ସମସ୍ତଙ୍କ ପାଇଁ ସମାନ—କେହି ତାହାର ଉର୍ଦ୍ଧ୍ୱରେ ନୁହେଁ।
ଗଣମାଧ୍ୟମର ସ୍ୱାଧୀନତା ଉପରେ ଆଘାତ ସହ୍ୟ କରାଯିବା ଉଚିତ୍ ନୁହେଁ। ଆଇନର କଠୋର ପ୍ରୟୋଗ ହିଁ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବାକୁ ଉଦ୍ୟତ ବ୍ୟକ୍ତିଙ୍କ ପାଇଁ ଉଚିତ ବାର୍ତ୍ତା ହେବ।
