କୁଡୁମି ସେନା ବ୍ଲକ ଘେରିଲା
__________________
ସାରସକଣା,୬/୭/୨୬(ନି.ପ୍ର):
ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚ଼ନ ମଣ୍ଡଳୀର ସାରମକଣା ବ୍ଲକ ସମ୍ମୁଖରେ ଆଜି ଓଡ଼ିଶା କୁଡୁମୀ ସେନା ବିକ୍ଷୋଭ ପ୍ରଦର୍ଶନ କରିଛି । କୁଡୁମୀ ଜନଜାତି ହେଉଛି ସ୍ଵାଭିମାନୀ ଜାତି । କୁଡୁମୀ ଜାତି ହେଉଛି ପ୍ରକୃତି ପୂଜକ । ଦୀର୍ଘ ବର୍ଷ ହେଲା ଏ ଜାତି ତାର ମୌଳିକ ଅଧିକାର ର ଲଢ଼େଇ ଲଢି ଆସୁଅଛି । ସବୁ ବେଳେ ସମସ୍ତ ସରକାର ଏ ଜାତି ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି । ତାର ଜଳନ୍ତ ଉଦାହରଣ ଏଇ ଦୁଇ ଦିନ ତଳେ ସାରସକଣl ବ୍ଲକରେ ଦେଖିବାକୁ ମିଳିଛି । ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ବି. ଡି. ଓ. ସୁମନ ରାଜା ମହାନ୍ତି ମିଳିତ ଭାବେ ମିଶି ଏ ଜାତିର ସଂସ୍କୃତି ପରମ୍ପରାକୁ ନଷ୍ଟ କରିଛନ୍ତି ।ପୂର୍ବ ସରକାରଙ୍କ ତରଫରୁ ସାରସକଣା ବ୍ଲକ୍ ରେ କୁଡ଼ୁମି ସମାଜ ପାଇଁ ଏକ କୁଡୁମୀ ଭବନ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିଥିଲେ ଏବଂ ତାହା ବଡ଼ ଚାଟରା ଧାନଘେରୀ ପଡିଆ ରେ ନିର୍ମାଣ ମଧ୍ୟ ହେଇଥିଲା । ଏବେକାର ବିଜେପି ସରକାରଂକ ୨ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ୩୦ ଜୁନ୍ ରେ ବିକାଶ ଧାରା କାର୍ଯ୍ୟକ୍ରମ ହେବା ଅବସରରେ ବିଧାୟକ ଏବଂ ବିଡ଼ିଓ ମନମୁଖୀ ଭାବେ ସେହି ଘରକୁ ଶୁଭ ଉଦ୍ଘାଟନ କରିଦେଇଛନ୍ତି । କୁଡୁମୀ ମାନଙ୍କର ପୂଜା ପଦ୍ଧତି ରେ ଘର ଶୁଭ ଉଦ୍ଘାଟନ ନ କରିବା ଏ ଜାତି ପ୍ରତି ଅପମାନ ସଦୃଶ୍ୟ ବୋଲି କହିଛନ୍ତି କୁଡୁମି ସେନା ତେବେ ବିଧାୟକ ଜାଣିଶୁଣି କୁଡୁମିଜାତିକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆଜି ଓଡ଼ିଶା କୁଡୁମୀ ସେନା ତରଫରୁ ସାରସ କଣା ବ୍ଲକ ଆଗରେ ପ୍ରତିବାଦ କରିଛନ୍ତି। ରେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ଚରଣ ମହାନ୍ତ, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ ,ଜିଲ୍ଲା ସାଧାରଣ ସମ୍ପାଦକ ଅଶେଷ କୁମାର ମହାନ୍ତ ସରସକଣା ବ୍ଲକ ସଭାପତି ମାନସ ମହାନ୍ତ , ଜିଲ୍ଲା ଉପସଭାପତି ହିରାଲାଲ ମହାନ୍ତ , ସତ୍ୟଜିତ ମହାନ୍ତ , ବ୍ଲକ ଉପ ସଭାପତି କାର୍ତ୍ତିକ ମହାନ୍ତ , ବିଶୋଇ ବ୍ଲକ ମହିଳା ସଭାନେତ୍ରୀ ଆରତୀ ମହାନ୍ତ, ବାଂରିପୋଷି ସଭାନେତ୍ରୀ ମମତା ମହାନ୍ତ ସାରସକଣା ସଭାନେତ୍ରୀ ବାସନ୍ତୀ ମହାନ୍ତ , ଘନଶ୍ୟାମ ମହାନ୍ତ, ଉପସ୍ଥିତ ଥିଲେ । ବିଧାୟକ ଏବଂ ବିଡ଼ିଓ ସମାଜ ସାମ୍ନା ରେ ଭୂଲ୍ ମାଗନ୍ତୁ ବୋଲି 48 ଘଣ୍ଟା ସମୟ ଦେଇଥିଲେ ହେଲେ ତାହାକୁ ବୁକ୍ଷେପ ନ କରିବାରୁ ଆଜି ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୁଡୁମି ସମ୍ପ୍ରଦାୟର ଲୋକମାନେ । ସାରସକଣାରୁ ଅନୀଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
