*ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଆଦର୍ଶ ଓ ବିଚାରଧାରା ବିଜେପି ର ମୂଳ ଆଧାର -ପର୍ଶୁରାମ ବାରିକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ*
(ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ 125 ତମ ଜୟନ୍ତୀ ପାଳିତ )
ତାଳଚେର :ତା 06/07/2026:
ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ, ମାର୍ଗଦର୍ଶକ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା
ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 6 ଜୁଲାଇ 125 ତମ ଜନ୍ମ ଦିବସ ସମଗ୍ର ଦେଶରେ ପାଳିତ ହେଉଛି । ସ୍ଵର୍ଗତଃ ମୁଖାର୍ଜୀ ବହୁତ କମ୍ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରି ଶୀର୍ଷରେ ପହଂଚି ପାରିଥିଲେ । କଂଗ୍ରେସର ମନମୁଖୀ ଶାସନକୁ ସେ ବରଦାସ୍ତ କରି ନଥିଲେ । ଦେଶର ସ୍ଵାଧୀନତା ପରେ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର କେବେ କ୍ଷମତା ଲୋଭ ନ ଥିଲା । ଯେତେବେଳେ ପଣ୍ଡିତ ଜବାହାରଲାଲ ନେହେରୁ ଦେଶରେ ମନମୁଖୀ ଭାବେ ଶାସନ କରୁଥିଲେ ସେତେବେଳେ ସଂସଦରେ ତାଙ୍କ ସହ ଯୁକ୍ତି କରି ସ୍ୱର୍ଗତଃ ମୁଖାର୍ଜୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଦେଶବାସୀଙ୍କ ସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ସ୍ୱର୍ଗତଃ ମୁଖାର୍ଜୀଙ୍କ ପାଇଁ ଦେଶ ଥୁଲା ସର୍ବୋପରି । ଡ଼ଃ ମୁଖାର୍ଜୀ ଙ୍କ ଆଦର୍ଶ ଓ ବିଚାରଧାରା ବିଜେପି ସଂଗଠନ ର ମୂଳ ଆଧାର ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ଵାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି ବୋଲି ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରକାଶ କରିଛନ୍ତି |ଆଜି ସୋମବାର ବିଜେପି ତାଳଚେର ପୌର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ କାର୍ଯ୍ୟକ୍ରମ ରେ ଶ୍ରୀ ବାରିକ ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀ ଜଣେ ବିଶିଷ୍ଟ ରାଜନେତା ହେବା ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରି “ ଏକ୍ ଦେଶ୍ ମେଁ ଦୋ ବିଧାନ, ଦୋ ପ୍ରଧାନ୍ ଔର ଦୋ ନିଶାନ୍ ନହିଁ ଚଲେଙ୍ଗେ” ବୋଲି କହି ବିନା ପର୍ମିଟରେ “ କାଶ୍ମୀର ଚଲୋ” ଆହ୍ୱାନ ଦେଇଥିଲେ । ଏବଂ ଦେଶର ଅଖଣ୍ଡତା ପାଇଁ ନିଜର ପ୍ରାଣ ବଳି ଦେଇ ଥିଲେ ବୋଲି ପ୍ରକାଶ କରିଥିଲେ |ଦେଶର ରାଜନୀତିରେ ମୋଡ଼ ପରିବର୍ତନ କରିଥିଲେ ଡ଼ଃ ମୁଖାର୍ଜୀ, ତାଙ୍କ ବଳିଦାନରୁ ଏହି ସଂଗଠନ ଆରମ୍ଭ ହୋଇଥିଲା। ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଜନସଂଘ ପରବର୍ତୀ ସମୟରେ ବିଜେପି ଭଳି ବିଶାଳ ରାଜନୈତିକ ଦଳରେ ପରିଣତ ହୋଇଛି । ଆଜି ଦେଶର ୨୨ଟି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ମଂଟ କ୍ଷମତାରେ ରହିଛି । ବିଶ୍ଵର ସର୍ବବୃହତ ରାଜନୈତିକ ଦଳଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରା ଆଗରେ ରଖ୍ ନିଷ୍ଠା, ତପସ୍ୟା ଓ ଆତ୍ମବିଶ୍ଵାସ ବଳରେ ଦଳ ଆଜି ଏହି ସ୍ଥାନରେ ପହଂଚି ପାରିଛି । ଦଳର ବିଚାରଧାରା ଆଜି ସବୁଠି ଆଦୃତ ଓ ଗ୍ରହଣଯୋଗ୍ୟ ହୋଇଛି ବୋଲି ସେ ପ୍ରକାଶ କରିଥିଲେ | ମଣ୍ଡଳ ସଭାପତି ରାଜେଶ ଦଳେଇ, କାଉନ ସିଲର ସ୍ୱାଧୀନ ଥମ୍ବ, ଓ ବାବୁଲା ବେହେରା, ମଣ୍ଡଳ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ରୀୟ ସେଠି, ସୁବ୍ରତ ସାହୁ, ଜିତେନ୍ଦ୍ର ସିଠ, ଜଗଦୀଶ ପ୍ରସାଦ ସିଂହ, ପୂର୍ଣଚନ୍ଦ୍ର ବେହେରା, ସୁକାନ୍ତ ରାୟ,, ଙ୍କ ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
