ସୁଙ୍ଗୁଡା ଦିବାକର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଚଣ୍ଡିଖୋଲ୬/୭(ଭଂଜଦୂତ , ଅମିତ ମହାନ୍ତି ) ସୁଙ୍ଗୁଡା ଦିବାକର ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷା ଦାନ କରୁଥିବା ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ସିଦ୍ଦିକ ଉଦ୍ଧିନ ଖାଁ ଜୁନ୍ ୩୦ ତାରିଖରେ ଅବସର ନେଲେ ତାଙ୍କ ପାଇଁ ବିଦ୍ୟାଳୟ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ସଭାପତି ଦୀପ୍ତି ମିଶ୍ର ଏବଂ ସଭାପରିଚାଳନା ସ୍ମିତା ରାଣୀ ମିଶ୍ର କରିଥିଲେ। ସଭାର ମୂଖ୍ୟ ଅତିଥି ଭାବେ ଯାଜପୁର ରୋଡ ର ଶିକ୍ଷକ ପ୍ରଶିକ୍ଷକ ତପସ୍ୱିନୀ ସାମଲ ସିଆରସି ଦିପ୍ତୀ ମୟୀ ବାରିକ ଯୋଗ ଦେଇ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଆଖ ପାଖ ଅଞ୍ଚଳରେ ସିଦ୍ଧିକ ସାର ନାମରେ ପରିଚିତ ୨୦/୯/୨୦୦୫ ମଙ୍ଗଳ ବାର ରେ ତାଙ୍କ ଚାକିରି ଜୀବନ ଏହି ବିଦ୍ୟାଳୟ ରେ ଆରମ୍ଭ କରି ୩୦/୬/୨୬ ମଙ୍ଗଳ ବାର ଦିନ ଅବସର ନେଇଥିଲେ। ସାର୍ ଙ୍କୁ ମାନପତ୍ର ସହ ପୁଷ୍ପ ଗୁଚ୍ଛ , ଉତ୍ତରୀୟ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ତାଙ୍କ ଏହି ଅବସରକାଳୀନ ବିଦାୟ ରେ ସହ ଶିକ୍ଷୟିତ୍ରୀ ,ଶିକ୍ଷକ , ଛାତ୍ର ଛାତ୍ରୀ ଏବଂ ଆସିଥିବା ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ତାଙ୍କର ଗୁଣଗାନ କରିବା ସହିତ ତାଙ୍କ ଏବଂ ପରିବାର ର ସ୍ଵସ୍ଥ ଉତ୍ତର କାମନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମସିର ଆଲାମ ସଭା ରେ ସାର ଙ୍କ ସମୟ ପୂର୍ବରୁ ଖରା ବର୍ଷା ଏବଂ ଛୁଟି ଦିନ କୁ ନମାନି ବିଦ୍ୟାଳୟ ରେ ପହଞ୍ଚି ସମସ୍ତଙ୍କୁ ଏକାଠି ରଖି ବିଦ୍ୟାଳୟ କୁ ଠିକ୍ ପରିଚାଳନା କରି ଭାବବିହ୍ୱଳ ହୋଇ ଅଭିଭାଷଣ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୈଦୁତିକ ଗଣ ମାଧ୍ୟମର ପ୍ରତିନିଧ ସାମ୍ବାଦିକ ସମରେନ୍ଦ୍ର ମାହାଲା, ଶେକ୍ ସବିରୁଦ୍ଧିନ୍, ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି,ଶିକ୍ଷକ ପ୍ରଭାତ କୁମାର ଜେନା,ବିଜୟ କୁମାର କବି, ଶଙ୍କର୍ଷଣ ପରିଡ଼ା, ନବକିଶୋର ବିଶ୍ୱାଳ, ସୁବର୍ଣ୍ଣୀ କେଶରୀ ମିଶ୍ର, ବିଜୟ କେଶରୀ ମିଶ୍ର, କିରଣ ବାଳା ରାଉତ, ମାନସୀ ମହାନ୍ତି, ଦାମୋଦର ରାଉତ, ପ୍ରଭାତ ନାରାୟଣ ଜେନା, ଶୁଶ୍ରିସ୍ମିତା ରାଉତ, ଯୋଗ ଦେଇ ସାର ଙ୍କ ଗୁଣଗାନ କରିଥିଲେ।ଏହି ସମ୍ବର୍ଦ୍ଧନା ସମାରୋହକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ,ସ୍ବପ୍ନାଞ୍ଜଳି ବିଶ୍ଵାଳ, ବନ୍ଦନା ମିଶ୍ର, ଯାଜ୍ଞସେନୀ ମିଶ୍ର, ଗୀତାଞ୍ଜଳି ସ୍ବାଇଁ, ହରପ୍ରିୟା ସ୍ବାଇଁ, ପ୍ରଶାନ୍ତ କୁମାର ଆୟୋଜନ କରିଥିଲେ। ଆସିଥିବା ଅତିଥି ମାନଙ୍କଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ବିଦ୍ୟାଳୟ ତରଫରୁ ସ୍ବାଗତ କରାଯାଇଥିଲା। ଶେଷରେ ପରିଚାଳନା କରିଥିବା ସ୍ମିତା ରାଣୀ ମିଶ୍ର ଭାବବିହ୍ୱଳ ହୋଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
