ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, କଳାହାଣ୍ଡି ଉପଦେଷ୍ଠା ମଣ୍ଡଳି ସଦସ୍ୟଙ୍କ ଏକ ବୈଠକ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଆଜି ତା ୦୪/୦୭/୨୦୨୬ ରିଖ ଦିନ ସ୍ଥାନୀୟ ଲେଖକ କଳା ପରିଷଦ, ଭବାନୀପାଟଣା ଠାରେ ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, କଳାହାଣ୍ଡି ଉପଦେଷ୍ଠା ମଣ୍ଡଳି ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସର୍ବ ସମ୍ମତି କ୍ରମେ ଶ୍ରୀ ଭାରତ ଚଲାନଙ୍କୁ ସଂଘ ର ଉପ-ସଭାପତି ଏବଂ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ ଙ୍କୁ ସଂଘ ର ସାଧାରଣ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା। ସଂଘର ବରିଷ୍ଠ ସଭ୍ୟ ଶ୍ରୀ ମଧୁସୂଦନ ମହାପାତ୍ର ନୂତନ ମନୋନୀତ ସଭ୍ୟଙ୍କୁ ସଂଘର ବିଧି ଅନୁଯାୟୀ ଶପଥ ପାଠ କରାଇଥିଲେ । ଏହି ପରୀପ୍ରେକ୍ଷୀରେ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ ସମସ୍ତ ସଭ୍ୟଙ୍କ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟ କୁ ଆଗେଇ ନେବା ପାଇଁ ଆବଶ୍ୟକ ଲୋଡ଼ିଥିଲେ ।
