ଭଞ୍ଜନଗର ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ବନ ମହୋତ୍ସବ ପାଳିତ।
ଭଞ୍ଜନଗର :୦୩/୦୭ (ପ୍ରଫୁଲ୍ଲ କୁମାର ମହାରଣା) ଜାତୀୟ ସ୍ତରରେ ସମଗ୍ର ଭାରତବର୍ଷରେ ୭୭ତମ ବନ ମହୋତ୍ସବ ପାଳନ କରାଯାଉଛି। ସାମ୍ପ୍ରତିକ ସ୍ଥିତିରେ ଜଳବାୟୁରେ ଯେପରି ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ଯେପରି ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ। ଏହି ଅବସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆର୍.ଗୀତାଞ୍ଜଳି ଆଚାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥିଭାବେ ସାବିତ୍ରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ଉଷା ପାଢ଼ୀ, ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ବୃକ୍ଷ ପ୍ରେମୀ କନକଲତା ନାୟକ, ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ସଂସଦର ବରିଷ୍ଠ ସଦସ୍ୟ ପବିତ୍ର ମୋହନ ରାଉତରାୟ ଉପସ୍ଥିତ ରହି ବୃକ୍ଷର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଅରୁଣା ବେହେରା ଧନ୍ୟବାଦ ପ୍ରଦାନ କରିବା ପରେ ସମସ୍ତ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ବସନ୍ତ ଚୌଧୁରୀ ଓ ଶିକ୍ଷୟିତ୍ରୀ ଶୁଭସ୍ମିତା ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
