*ନୂଆପଡ଼ା ଜିଲ୍ଲା ଖଡିଆଳ ରାଜ୍ ଦରବାର ହଲ୍ ଠାରେ ରାଜ ଜ୍ୟୋତିଷ ଭାବରେ ଗୋବିନ୍ଦ ଚନ୍ଦ୍ର ରଥ ଅଭିଷିକ୍ତ ହୋଇଛନ୍ତି*
ନୂଆପଡା (ମିଖାଏଲ ନନ୍ଦ)
ତା:୦୩.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜ୍ ଦରବାର ହଲ୍ ଠାରେ ରାଜ ଜ୍ୟୋତିଷ ଭାବରେ ଗୋବିନ୍ଦ ଚନ୍ଦ୍ର ରଥଙ୍କୁ ଅଭିଷିକ୍ତ ହୋଇଛନ୍ତି। ଖଡ଼ିଆଳ ରାଜ୍ ପରମ୍ପରାକୁ ବଜାୟ ରଖିବା ସହ ଖଡ଼ିଆଳ ଇତିହାସ କୁ ଉଜ୍ଜିବିତ କରିବା ନେଇ ପିଢ଼ି ର ପରିବର୍ତ୍ତନ ପରେ ନୂତନ ଦାୟିତ୍ୱ ହସ୍ତାନ୍ତର କରାଯାଇଅଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଖଡ଼ିଆଳ ରାଜା ଦେବ ଦେବ ସିଂ ଦେଓ ଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ରଥ ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଗୋବିନ୍ଦ ଚନ୍ଦ୍ର ରଥ ରାଜ୍ ଜ୍ୟୋତିଷ ଭାବରେ ଆଜି ଖଡ଼ିଆଳ ଦରବାର ହଲ୍ ଥରେ ପାରମ୍ପରିକ ଦାୟିତ୍ୱ ହସ୍ତାନ୍ତର ହୋଇଅଛି। ନିଷ୍ଠାର ସହ ପ୍ରଥା ଓ ପରମ୍ପରା ପାଲନ କରୁଥିବା ସମାଜ କୁ ସମୃଦ୍ଧ ସମାଜ କୁହାଯାଏ। ଏହି ସ୍ୱତନ୍ତ୍ର ଉତ୍ସବ ରେ ଖଡ଼ିଆଳ ବଡପଣ୍ଡା ଆଶିଷ ପଣ୍ଡା, ତାରା ପ୍ରସାଦ ଆଚାର୍ଯ୍ୟ, ବହୁ ନାଗରିକ ଏବଂ ରଥ ପରିବାର ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ସୁବାଷ ବାବୁ, ବିଜୟ ବାବୁ, ବସନ୍ତ ସିଂ ଦେଓ, ହଟ ହ ସିଂ ଦେଓ, ଜଗଦୀଶ ପ୍ରସାଦ ତ୍ରିବେଦୀ ପ୍ରମୁଖ ଯୋଗ ଦେଇଥିଲେ।
