ପବ୍ଲିକ ସର୍ଭିସ ୟୁନିଟ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ।।
ତାଳଚେର,୩୦/୬ ତାଳଚେର ର ଅଗ୍ରଣି ତଥା ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପବ୍ଲିକ ସର୍ଭିସ ୟୁନିଟ ର ଆଜି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଦେବୀ ମିଶ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକ ରେ ସଂସ୍ଥା ର ପୁର୍ବ ଇତିହାସ ଓ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ କିପରି ସର୍ବାଗ୍ରେ ତାର ପୁର୍ବ ଗୌରବ କୁ ଅନୁଷ୍ଠାନ ର ପୁରାତନ ସଦସ୍ୟ ମାନେ ବଖାଣି ଥିଲେ।ପୁରାତନ ସଦସ୍ୟ ତଥା ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ଏହି ସଂସ୍ଥାର ପୂର୍ବ ଗୌରବ କୁ ଫେରାଇ ଆଣିବା ପାଇଁ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେବା ସହ ଆଗାମୀ ଦିନରେ ଏକ ହୋଇ ଅଞ୍ଚଳବାସି ଙ୍କୁ ସେବା ଯୋଗାଇ ଦେବା ପାଇଁ କହିଥିଲେ। ଏହି ପରିପେଖିରେ ଅନୁଷ୍ଠାନ ରେ ଅଞ୍ଚଳ ର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ନୂତନ ଭାବେ ସଦସ୍ୟତା ଗ୍ରହଣ କରାଯାଇଥିଲା। ଏଥିସହିତ ଅନୁଷ୍ଠାନ ର ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ପୁନଶ୍ଚ ଦେବୀ ମିଶ୍ରଙ୍କୁ ଚୟନ କରାଯାଇଥିଲା ବେଳେ ଉପସଭାପତି ଭାବେ ଆନନ୍ଦ ମହାପାତ୍ର , ଓ ତପନ କୁମାର ମହାରଣା,ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ, ,ଯୁଗ୍ମ ସମ୍ପାଦକ ସୌଭାଗ୍ୟ ମହାରଣା ଓ ବଳରାମ ବେହେରା, କୋଷାଧ୍ୟକ୍ଷ ଟିକନ ମହାପାତ୍ର ,ସମୀକ୍ଷକ ଭାବେ ଯୋଗେଶ୍ୱର ମହାନ୍ତି ଙ୍କୁ ଚୟନ କରାଯାଇଥିଲା। ସେହିପରି ଆଇନ ପରାମର୍ଶ ଦାତା ଭାବେ ଦେବାଶିଷ ଘୋଷ ଓ ନିର୍ମଳ ତ୍ରୀପାଠୀ ଙ୍କୁ ଚୟନ କରାଯାଇଥିଲା। ଅଫିସ ସମ୍ପାଦକ ଭାବରେ ସନ୍ତୋଷ କୁମାର ବେହେରା ଙ୍କୁମନୋନୀତ କରାଯାଇଥିଲା।ପୁର୍ବତନ ସାଂସଦ ମହେଶ ସାହୁ, ନଗର ପାଳ ପବିତ୍ର ଭୂତିଆ ,ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ, ବରିଷ୍ଠ ଓକିଲ ବିଶେଶ୍ୱର ମିଶ୍ର,ବଳରାମ କୁଣ୍ଡ, ରମେଶ ବେହେରା ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ଅନ୍ତର୍ଭୁକ୍ତ କରାଯାଉଥିଲା। ଆଜି ନୂତନ ସଦସ୍ୟ ଭାବରେ ନଗର ପାଳ ପବିତ୍ର ଭୁତିଆ, ଯଯାତି ପଟନାୟକ, ତପନ କୁମାର ମହାରଣା,ପଞ୍ଚାନନ ସାହୁ, ନିର୍ମଳ ତ୍ରୀପାଠୀ,ସୌଭାଗ୍ୟ ମହାରଣା, ଜିତେନ୍ଦ୍ର କୁମାର ଦାସ, ବିରଜା ଶଙ୍କର ମିଶ୍ର, ରିଁ ,ରମେଶ ବେହେରା,ଶୀତଳ କୃଷ୍ଣ ପଟନାୟକ,ପ୍ରମୁଖ ଙ୍କୁ ଗ୍ରହଣ କରାଯାଇଥିଲା । ପୁରାତନ ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।।
