ମହିଳା ଙ୍କୁ ନିର୍ମମ ହତ୍ୟା, ୪ ଗିରଫ
ବେତନଟୀ: ୨୮/୬ (ନି ପ୍ର) ବେତନଟୀ ଥାନା ଅଧିନ ତାରାକୋଟି ଗ୍ରାମର ଧ୍ରୁବ ସିଂଙ୍କ ପତ୍ନୀ ବୁଧୁନି ସିଂ (୪୩) ଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ମହିଳାଙ୍କ ସ୍ଵାମୀ ଧ୍ରୁବ ସିଂ ଶନିବାର ଦିନ ବେତନଟୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଏହି ଅଭିଯୋଗ କୁ ଭିତ୍ତି କରି ବେତନଟୀ ପୋଲିସ କେସ ନମ୍ବର ୨୭୨/୨୦୨୬ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁସାରେ ପତ୍ନି ବୁଧୁନୀ ଶୁକ୍ରବାର ଦିନ ବାରିପଦା ଯାଉଥିବା କହି ଘରୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ ଶନିବାର ଦିନ ବାରିପଦା ପିଆରଏମ ମେଡିକାଲ କଲେଜର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହେବାପରେ ତାଙ୍କ ସ୍ୱାମୀ ବେତନଟୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଏହି ଥାନା ଅଧିନ ଗରୁଡ଼ବସା ଗ୍ରାମର ଜିତେନ୍ଦ୍ର ମହାନ୍ତ ଅନେକ ଦିନ ଧରି ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିଲେ ସ୍ୱାମୀ ଏହାର ପ୍ରତିବାଦ କଲେ ଜିତେନ୍ଦ୍ର ବହୁବାର ତାଙ୍କୁ ଧମକ ମଧ୍ୟ ଦେଉଥିଲେ ଜିତେନ୍ଦ୍ର ମୃତ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରଖିବା ପରେ କୌଣସି କାରଣ ପାଇଁ ଝଗଡା ହୋଇଥାଇ ପାରେ ଏଥିରେ ଉତକ୍ଷିପ୍ତ ହୋଇ ଜିତେନ୍ଦ୍ର ମାଡ଼ ମାରି ଥାଇ ପାରିଥାନ୍ତି ବୋଲି ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଓ ଗୁପ୍ତଙ୍ଗରେ ଥିବା ମାଡ଼ ମାରିବାର କ୍ଷତ ଚିହ୍ନ କୁ ଦେଖି ସନ୍ଦେହ କରୁଛି ପୋଲିସ । ଏହି ଘଟଣା ଘଟାଇ ସାରିବା ପରେ ଜିତେନ୍ଦ୍ର ଗୁରୁତର ଅବସ୍ଥା ରେ ବାରିପଦା ପିଆରଏମ ମେଡିକାଲ କଲେଜରେ ଉକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ଅଭିଯୋଗ ପାଇବା ପରେ ପୋଲିସ ଶବ ବ୍ୟବଛେଦ କରାଇ ପରିବାରକୁ ମୃତ ଦେହ ହସ୍ତାନ୍ତର କରିଛି। ଓ ଯୁବକ ଜିତେନ୍ଦ୍ର ମହାନ୍ତ କୁ ଗିରଫ କରିଛି। ସେହି ଘଟଣା ରେ ଆଉ ୩ଜଣଙ୍କୁ ମଧ୍ୟ ଗିରଫ କରି ତଦନ୍ତ ଜାରି ରଖିଛି ଏହି ତିନିଜଣ ହେଉଛନ୍ତି ବାରିପଦା ର ଏକ ହୋଟେଲ ର ମାଲିକ, ମେନେଜର ଓ ଅନ୍ୟ ଜଣେ ରହିଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ବୁଧୁନି ସିଂ ଙ୍କୁ ହତ୍ୟା କରିବା ପୁର୍ବରୁ ବାରିପଦା ର କ୍ରିଷ୍ଣା ହୋଟେଲ ରେ ଆଣି ରଖିଥିଲେ। ବୁଧୁନି ସିଂ କୁ ହୋଟେଲରେ ଥିବା ସମୟ ରେ ତାଙ୍କୁ ଅତ୍ୟାଚାର କରି ହତ୍ୟା କରାଯିବା ପରେ ବାରିପଦା ପି ଆର ଏମ ମେଡିକାଲ କଲେଜ୍ କୁନେଇଥିଲେ ହୋଟେଲ ରେ ଯେଉଁ ରୁମରୁ ବୁଧୁନି ଙ୍କ ମୃତ ଦେହ ବାହାରିଥିଲା ସେଇ ରୁମ କୁ ପ୍ରମାଣ ନଷ୍ଟ କରିବା ପାଇଁ ପାଣି ଢାଳି ସଫା କରାଯାଇଥିଲା।ଏହି ଘଟଣା ହୋଟେଲ ର ମାଲିକ, ମେନେଜର ଓ ତାଙ୍କ କର୍ମଚାରୀ ଜାଣିଥିଲେ ମଧ୍ୟ ଘଟଣା ସମ୍ପର୍କ ରେ ପୋଲିସ କୁ ସୂଚନା ଦେଇନଥିବାରୁ ସେମାନଙ୍କୁ ପୋଲିସ ଥାନା କୁ ଆଣି ହତ୍ୟା ସମ୍ପର୍କ ରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ସମ୍ପୂର୍ଣ ତଦନ୍ତ ଓ ଶବ ବ୍ୟବଛେଦ ରିପର୍ଟ ଆସିବା ପରେ ମତ୍ୟୁର ପ୍ରକୃତ କାରଣ ଜଣାପଡିବ ।
