ଟ୍ରକ ବାଇକ ମଧ୍ୟରେ ଧକା, ବାଇକ ଆରୋହୀଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ।
ବେତନଟୀ ୨୮/୬ ( ନି ପ୍ର) : ବେତନଟୀ ଥାନା ଅଧିନ ୧୮ ନମ୍ବର ଜାତୀୟ ରାଜପଥ ପୁରୁଣାପାଣି ଛକ ନିକଟରେ ରବିବାର ଦିନ ଟ୍ରକ ଓ ବାଇକ ମଧ୍ୟରେ ଧକା ହେବାରୁ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ବାଇକ ଆରୋହୀ ଙ୍କ ଘର ବଡ଼ସାହି ଥାନା ଅଧିନ ଗମ୍ଭାରୀଆ ଗ୍ରାମ ରେ ହୋଇଥିବା ବେଳେ ତାଙ୍କ ନାମ ସଞ୍ଜୀବ କୁମାର ଦେ (୪୩) ବୋଲି ଜଣାପଡିଛି।ବାଇକ ପଛରେ ବସିଥିବା ତ୍ରିଲୋଚନ ପରିଡା ଆହତ ହୋଇଥିବା ବେଳେ ସେ ବେତନଟୀ ଡାକ୍ତରଖାନା ରୁ ବାରିପଦା ର ପି ଆର ଏମ କୁ ଚିକିତ୍ସା ପାଇଁ ସ୍ଥାନନ୍ତରଣ କରାଯାଇଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ବେତନଟୀ ନିକଟ ପୁରୁଣାପାଣି ନିକଟରେ ଏକ ଟ୍ରକ ବାଲେଶ୍ୱର ଅଭିମୁଖେ ମୁହଁ କରି ଠିଆ ହୋଇ ରହିଥିବାବେଳେ ଟ୍ରକର ପଛପଟୁ ଏକ ବାଇକ ଟ୍ରକ କୁ ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ବେତନଟୀ ପୋଲିସ ଦୁର୍ଘଟଣା ସ୍ଥଳ କୁ ଯାଇ ଏହି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି।
