ମା’ ବିଲେଇସୁଣୀଙ୍କ ଶକ୍ତିପୀଠ।
ଢେଙ୍କାନାଳ ସତର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର କୁଟୁରିଆ ଗ୍ରାମରେ ରହିଛି (ନିପ୍ର ଗୋକୁଳାନନ୍ଦ ବେହେରା)ମା’ ବିଲେଇସୁଣୀଙ୍କ ପୁରାତନ ଶକ୍ତିପୀଠ। କାମ୍ବଦନ୍ତୀ ଅନୁସାରେ ମା’ ପ୍ରତ୍ୟକ୍ଷଦେବୀ। ମା’ ଭକ୍ତଙ୍କ ଗୁହାରୀ ଶୁଣନ୍ତି। ଏହି କାରଣରୁ ଦୂର-ଦୂରାନ୍ତରୁ ଭକ୍ତମାନେ ଏହି ପୀଠକୁ ଆସନ୍ତି। ପୀଠର ମୁଖ୍ୟ ବିଶେଷତା ହେଉଛି ପ୍ରତ୍ୟେକ ରବିବାରେ ଭକ୍ତମାନଙ୍କ ଭିଡଜମେ । କେହି ମାନସିକ ପୂରଣ ପାଇଁ ମୁଣ୍ଡନ କରନ୍ତି। କେହି ମା’ଙ୍କ ପାଖରେ ଅଧିଆ ପଡ଼ିଥାନ୍ତି। ପ୍ରତିଦିନ ସକାଳ ୯ଟାରୁ ପୂଜାର୍ଜନା ଚାଲିଥାଏ। ମଧାହ୍ନ ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ ଜମେ। ଭୋଜିକୁ ବାହାରକୁ ନେଇଯିବାକୁ ନିଷେଧ ରହିଥିବାରୁ ସେଠାରେ ବଣଭୋଜି କରିଥାନ୍ତି ଭକ୍ତ । ପରିବେଶ ପୀଠଟି ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରକୃତିର ମନୋଜର ଶୋଭାରେ ପରିବେଷ୍ଟିତ । ଏଠାକାର ସମସ୍ୟା ହେଉଛି ଭକ୍ତମାନଙ୍କ ବଡ଼ ସଂଖ୍ୟାରେ ଆଗମନ ସତ୍ତ୍ବେ ପ୍ରଶାସନ ଅବହେଳାରେ ପୀଠର ପର୍ଯ୍ୟଟନ ଉନ୍ନତି ପଛକୁ ରହିଛି। ଯଦି ସରକାରୀ ମାନ୍ୟତା ଓ ସୁବିଧା ମିଳିଥାନ୍ତା ତେବେ ଏହାକୁ ଅଧିକ ପର୍ଯ୍ୟଟକ ଆସିପାରନ୍ତେ। ଉନ୍ନତି ଗାଁ କମିଟି ତରଫରୁ ନିଜ ସହଭାଗିତାରେ ଯାହା କିଛି ପୁନନିର୍ମାଣ ଓ ଉନ୍ନତି କାମ କରାଯାଇଛି।
