ଜାତୀୟ ରାଜପଥ ର ସୁରକ୍ଷା ବାଡ଼ ରେ ପିଟି ହୋଇ ଜଣେ ମୃତ
(ନିପ୍ର ଗୋକୁଳାନନ୍ଦ ବେହେରା)ପରଜଙ୍ଗ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ର ହାତୀ ଲୁଚାଣି ଛକ ପୂର୍ବରୁ ଜାତୀୟ ରାଜପଥ ର ସୁରକ୍ଷା ବାଡ଼ ରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ରୋଡ ପଞ୍ଚାୟତ କୁନନ୍ଦେଇ ପୁର କାଟେଣୀ ଗ୍ରାମର ବ୍ରଜବନ୍ଧୁ ପାଣି ଙ୍କ ପୁଅ ଦୟାନିଧି ପାଣି (୫୨)। ସୂଚନା ଥାଉ କି ଦୟାନିଧି ତାଳଚେର ଡ଼ଅଁରା ଅଞ୍ଚଳରେ ଡ୍ରାଇଭର ଭାବେ କାମ କରନ୍ତି। ଆଜି ସେ ପରଜଙ୍ଗ କୋର୍ଟ ରେ ଏକ ସାକ୍ଷୀ ଦେବା ପାଇଁ ମୋଟର ସାଇକେଲ ଯୋଗେ ଆସୁଥିଲେ। ଦିନ ୧୧ ଟା ବେଳକୁ ୫୩ ନମ୍ବର ଜାତୀୟ ରାଜପଥ ର ହାତୀ ଲୁଚାଣି ଠାରେ ଏକ ସାଇକେଲ ଓ ଲୁନା କୁ ଧକ୍କା ଦେଇ ସୁରକ୍ଷା ବାଡ଼ ରେ ପିଟି ହୋଇ ଜାତୀୟ ରାଜପଥ ଉପରେ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପିଟି ହେବା ପୂର୍ବରୁ ସେ ଲୁନା ମୋଟରସାଇକେଲ ଏବଂ ସାଇକେଲ ଆରୋହୀ ଦୁଇଜଣ ରାସ୍ତା କଡ଼ରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ତାଳଚେର ଆଡୁ ଆସୁଥିବା ମୋଟରସାଇକେଲ ନଂ ଓ ଆର୍ ୧୯ ବି ୦୨୯୩ ଟି ଲୁନା ଏବଂ ସାଇକେଲ କୁ ଧକ୍କା ଦେଇ ସୁରକ୍ଷା ବାଡ଼ ରେ ପିଟି ହୋଇଥିଲେ। ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାରେ ରଖାଯାଇଛି। ଲୁନା ଆରୋହୀ ହେଉଛନ୍ତି କଙ୍କଡ଼ା ସୋଡା ଗ୍ରାମର ଘଡାଧର ବାରିକ (୫୦) ଏବଂ ସାଇକେଲ ଆରୋହୀ ହେଉଛନ୍ତି ହାତୀ ଲୁଚାଣି ଗ୍ରାମର ପ୍ରଫୁଲ୍ଲ ନାଏକ। ସେମାନେ ସାମାନ୍ୟ ଆହତ ହୋଇ ପରଜଙ୍ଗ ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ଥାନା ଏସ ଆଇ ଦେବଗ୍ରାହି ମହାନ୍ତି ଓ ଏ ଏସ ଆଇ ଜଳନ୍ଧର ବାରିକ ଏବଂ ପୋଲିସ ଟିମ୍ ପହଞ୍ଚିଥିଲେ।ସାମାନ୍ୟ ଚାପା ଉତ୍ତେଜନା ଲାଗିରହିଥିଲା। କିନ୍ତୁ ପୋଲିସ ର ବୁଝାସୁଝା ପରେ ଲୋକେ ଶାନ୍ତ ହୋଇଥିଲେ। ମୃତକ ଜଣଙ୍କ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଦାଦା ପୁଅ ଭାଇ ଅଟନ୍ତି। ମୃତ୍ୟୁ ଖବର ପାଇ ସାଂସଦ ଗଭୀର ଶୋକ ପ୍ରକାଶ କରିଛନ୍ତି।
