ରାୟଗଡା: କଲ୍ୟାଣସିଂହପୁର ଭିଡ଼ ହିଂସା ଘଟଣାରେ ଏସପିଙ୍କ ପ୍ରେସମିଟ୍, ୨୦ ଜଣ ଗିରଫ
(ରମେଶ ଅଗ୍ରୱାଲ.:ନିପ୍ର)
ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରେ ଗତ ୧୬ ତାରିଖରେ ଘଟିଥିବା ଚର୍ଚ୍ଚିତ ଭିଡ଼ ହିଂସା ଘଟଣାକୁ ନେଇ ଆଜି ରାୟଗଡା ଏସପି ପ୍ରେସମିଟ୍ କରି ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିହ୍ନଟ ଓ ଗିରଫ ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଏସପି ସ୍ପଷ୍ଟ କରିଛନ୍ତି ଯେ, ଆଇନକୁ ହାତକୁ ନେଇ ଭିଡ଼ ହିଂସାରେ ସାମିଲ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଛାଡ଼ ଦିଆଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ ପଦକ୍ଷେପ ଗ୍ରହଣ କରାଯିବ।
ସେହିପରି ଘଟଣା ସମୟରେ ଜଣେ ଯୁବତୀଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏଭଳି କାର୍ଯ୍ୟ ସମାଜରେ ଅଶାନ୍ତି ସୃଷ୍ଟି କରିବା ସହ ପୀଡ଼ିତଙ୍କ ଗୋପନୀୟତା ଉଲ୍ଲଂଘନ କରୁଥିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛି।
ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଗୁଜବ ପ୍ରଚାର ନ କରିବା ଏବଂ କୌଣସି ଅପ୍ରମାଣିତ ଭିଡିଓ କିମ୍ବା ସୂଚନା ସେୟାର ନ କରିବାକୁ ଅନୁରୋଧl
