ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୀଳାଦ୍ରି ବିହାର, ଗ୍ରାଣ୍ଡ ଲୁମ୍ବିନୀ ମଣ୍ଡପରେ ପରିଚୟ ଫାଉଣ୍ଡେସନର ଅଧ୍ଯକ୍ଷା ଶ୍ରୀମତୀ ରୋଜାଲିନ ପାଟ୍ଟଶାଣି ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, କମିଶନରେଟ୍ ପୋଲିସ ଏବଂ ପରିଚୟ ଫାଉଣ୍ଡେସ ଦ୍ୱାରା ଆଯୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉର୍ତ୍ସlହିତ କଲି l
ଏହି ଶିବିର ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ଦୂରକରିବା ପ୍ରଚେଷ୍ଟା ସହିତ ଜରୁରୀକାଳୀନ ଥାଲାସେମିଆ ପିଲାମାନଙ୍କୁ ରକ୍ତ ସହାୟତାର ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ l
ଏପରି ଏକ ମହତ ଉଦେଶ୍ୟ ଓ ରକ୍ତଦାନର ଗୁରୁତ୍ୱତାକୁ ହୃଦୟଙ୍ଗମ କରି ଏହି ଶିବିରର ଆୟୋଜନ କରିଥିବା ପ୍ରତେକ ସଦସ୍ୟ ଏବଂ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ସେମାନଙ୍କ ମହତ୍ବାକାଂକ୍ଷୀ ପଦକ୍ଷେପ ପାଇଁ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛି।
ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ଭୁବନେଶ୍ୱର ମଧ୍ୟମ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ,ଶ୍ରୀ ଅଜୟ ଅଗ୍ରୱାଲ, ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ଶ୍ରୀ ନିରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପତି,ଜୟଦେବ ମଣ୍ଡଳ ସଭାପତି ଶ୍ରୀ @ପ୍ରଦୀପ୍ତ ଜେନା, ଗୋପୀନାଥ ମଣ୍ଡଳ ସଭାପତି ଜଳନ୍ଧର ଶୁବୁଦ୍ଧି, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଶ୍ରୀ ସ୍ୱପ୍ନେନ୍ଦୁ ମହାନ୍ତି, ମଞ୍ଚନାଥ ମଣ୍ଡଳ ସଭାପତି ଶ୍ରୀମତି ଲିପା ଦାସ ଏବଂ ସୋମନାଥ ମଣ୍ଡଳ ସଭାପତି ଶ୍ରୀ ସ୍ନେହାଶିଷ ପତି ପ୍ରମୁଖ ଉପସ୍ଥିତ ରହିଥିଲେ l
(ରିପୋର୍ଟ# ଜୀବନ ଜ୍ୟୋତି ରଣା
