ପୋଖରୀରେ ବୁଡି ଶିଶୁକନ୍ୟା ମୃତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଜଣେ ଶିଶୁ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସୋର ବ୍ଲକ ତେଣ୍ଟେଇ ଗ୍ରାମର ଜଣେ ଦେଢବର୍ଷ ଶୁଶୁ କନ୍ୟା ପୋଖରୀରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୋର ବ୍ଲକ ତେଣ୍ଟେଇ ଗ୍ରାମର ଉତ୍ତମ ମଳିକଙ୍କ ଝିଅ ରାଜଲକ୍ଷ୍ମୀ ମଳିକ ଆଜି ମଧ୍ୟାହ୍ନରେ ଘର ପାଖରେ ଖେଳୁଥିବା ବେଳେ ଘର ନିକଟରେ ଥିବା ପୋଖରୀରେ ବୁଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
