ଟ୍ରଲର ଧକ୍କାରେ ଜଣେ ଗୁରୁତର।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ହାଇସ୍କୁଲ ସମ୍ମୁଖରେ ଏକ ଟ୍ରଲର ଧକାରେ ଜଣେ ବାଇକ ଆରୋହୀ ଗୁରୁତ୍ତର ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଆଜି ଅପରାହ୍ନରେ ଚଷାଖଣ୍ଡ ଗ୍ରାମର ବିଶ୍ୱମ୍ବର ଜେନା (୨୮) ବାଇକ ଯୋଗେ ତାଙ୍କ ଶ୍ଵଶୁର ଘର ତଳନଗର ଗ୍ରାମକୁ ଯାଉଥିଲେ। କିନ୍ତୁ ଦହିସଡା ହାଇସ୍କୁଲ ସମ୍ମୁଖ ଜାତୀୟ ରାଜପଥରେ ଜେଏଚ ୦୫ଡିଏକ୍ସ ୭୨୯୯ ନମ୍ବର ବିଶିଷ୍ଟ ଟ୍ରଲର ଟି ତାଙ୍କ ବାଇକକୁ ଧକା ଦେଇଥିଲା। ଫଳରେ ବିଶ୍ୱମ୍ବର ଗୁରୁତ୍ତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି।
