ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଟ୍ରାକ୍ଟର ଚଲାଉଛନ୍ତି ଡ୍ରାଇଭ
ଆଗରପଡ଼ା,(ନିପ୍ର) ସ୍ଥାନୀୟ ଅଞ୍ଚଳରେ ଛତୁ ଫୁଟିଲା ପରି ଟ୍ରାକ୍ଟର ଗୁଡ଼ିକ ମୁଖ୍ୟ ରାସ୍ତାରେ ଅତି ଦ୍ରୁତ ବେଗରେ ଅହରହ ଚାଲିଛି । ଯଦ୍ଦ୍ଵାରା ଦୁର୍ଘଟଣା ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି । ଏଥିସହିତ ଏହି ଟ୍ରାକ୍ଟର ଗୁଡ଼ିକ କେବଳ ବେଆଇନ ଭାବେ ଚୋରା ବାଲି, ମାଟି ଆଦି ସାମଗ୍ରୀ ପରିବହନ କରୁଛି । ଚାଳକଙ୍କ ରହୁ ନାହିଁ ଲାଇସେନ୍ସ , ଇଂଜିନ ଇନସ୍ୟୁରାନ୍ସ ନାହିଁ କି ଡାଲା ଫିଟନେସ ରହୁନାହିଁ । ଟ୍ରାକ୍ଟର ନମ୍ବର ମଧ୍ୟ ଖୋଜିଲେ ମିଳୁ ନାହିଁ । ଏହି ସଂପର୍କରେ ଜଣାପଡ଼ୁଛି ଯେତେବେଳେ ଚୋରା ସାମଗ୍ରୀ ପରିବହନ କରୁଥିବା ସମୟରେ ପୋଲିସ କିମ୍ଵା ଖଣି ବିଭାଗ ଦ୍ୱାରା ଟ୍ରାକ୍ଟର ଗୁଡ଼ିକ ଜବତ୍ ହେଉଛି ।ତଥାପି ନିୟମିତ ଦିନ ଦ୍ୱିପହରରେ ଟ୍ରାକ୍ଟର ଗୁଡ଼ିକ ଚାଲିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
