ଅସହାୟ ପରିବାର ସହିତ ରଜ ପାଳିଲେ ଆଦର୍ଶ ଯୁବ ପରିଷଦ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର ) ::: *ସୋର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ନିଆରା ଢଙ୍ଗରେ ରେ ପାଳିତ ହୋଇଯାଇଛି। ସୋର ବ୍ଲକ ତଳନଗର ପଂଚାୟତ ମାଗୁଣୀ ସାହିର ମଞ୍ଜୁଲତା ବାରିକ (୪୩) ନିଜେ ଏଠି ସେଠି ଦିନ ମଜୁରିଆ ଭାବରେ କାମ କରି ନିଜର ପରିବାର ପୋଷଣ କରୁଥିଲେ। ୨୦୨୫ ମସିହା ଜୁନ ମାସରେ ହଠାତ ତାଙ୍କର ଦେହ ଅସୁସ୍ଥ ହେଲା ପରେ ଡାକ୍ତରୀ ପରୀକ୍ଷାରୁ ଜଣା ପଡ଼ିଲା କି ସେ କର୍କଟ ରୋଗରେ ପୀଡ଼ିତ। ମଞ୍ଜୁଲତା ତାଙ୍କ ଘରେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ କାରଣ ତାଙ୍କ ସ୍ୱାମୀ ପାଗଳ ହୋଇଥିବାରୁ ସେ ଘରକୁ ଆସନ୍ତି ନାହିଁ ବାହାରେ ବୁଲୁ ଥାନ୍ତି । ତାଙ୍କର ଗୋଟେ ଝିଅ ୧୫ ବର୍ଷର କିନ୍ତୁ ସେ ଅର୍ଦ୍ଧ ପାଗଳ ଓ ଗୋଟେ ପୁଅ ୧୧ ବର୍ଷର ସେ ମଧ୍ୟ ପାଗଳ। ମଞ୍ଜୁଲତାଙ୍କର ଏପରି ଅବସ୍ଥାପରେ ଘରେ ପିଲା ଦୁଇଟାଙ୍କୁ ଗୋଟେ ଓଳି ଖାଇବାକୁ ଦେବାକୁ କଷ୍ଟ ସାଦ୍ୟ ହୋଇପଡ଼ିଛି। ଏପରି ସମୟରେ ପର୍ବପର୍ବାଣୀ ପାଳନ କରିବା ମଞ୍ଜୁଲତାଙ୍କ ପରିବାର ପାଇଁ ସପ୍ନ ପାଲଟିଛି। ଏନେଇ ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଆଦର୍ଶ ଯୁବ ପରିଷଦ” ର ସଦସ୍ୟ ମାନେ ଜାଣିବା ପରେ ପହିଲି ରଜରେ ମଞ୍ଜୁଲତାଙ୍କ ଘରକୁ ଯାଇଥିଲେ। ୧୫ ହଜାର ଟଙ୍କା ଏବଂ ଏକ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିବା ସହ ରଜ ପାଳନ କରିଥିଲେ। ଶେଷରେ ପରିଷଦର ଅଧକ୍ଷ ଏବଂ ସଭାପତି ଏହି ଦୁଖଃଦ ପରିବାର ପ୍ରତି ନଜର ଦେବା ସହିତ ତାଙ୍କ ପୁଅର ଶହେ ପ୍ରତିଶତ ବିକଳାଙ୍ଗ ମଂଜୁର ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ। ଯେଉଁ ମାନେ ମଞ୍ଜୁଲତାଙ୍କୁ ସହାୟତା କରିବାକୁ ଚାଁହୁଚନ୍ତି ମଞ୍ଜୁଲତାଙ୍କ ଆକାଉଣ୍ଟ ନମ୍ୱର ହେଲା -୩୫୬୨୩୧୫୭୯୨୨ (ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ), ଜାମୁଝାଡ଼ି ଶାଖା, IFSC କୋଡ଼ -SBIN0009826 ଏବଂ ମୋବଇଲ ନମ୍ବର -8984501586। ଏହି ଅବସରରେ ସଂଗଠନର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସମାଜର ଅସହାୟ ଓ ଦୁଃସ୍ଥ ଲୋକଙ୍କ ସେବା ପାଇଁ ଆଦର୍ଶ ଯୁବ ପରିଷଦ ସଦା ସର୍ବଦା ଆଗେଇ ଆସୁଥିବା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ସଂଗଠନର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।*
