ରେଳ ଉଡନ୍ତା ପୋଲ ଉପରେ ବାଇକ୍ – ବୋଲେରୋ ଧକ୍କା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ରେଳ ଉଡନ୍ତା ପୋଲ ଉପରେ ବୋଲେରୋ ଏବଂ ବାଇକ ମୁଁହାମୁହିଁ ଧକା ହେବା ଫଳରେ ବାଇକ ଚାଳକ ଗୁରୁତ୍ତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଆଜି ସକାଳେ ଓଡି ୦୧ ଜି ୪୫୧୮ ନମ୍ବର ବିଶିଷ୍ଟ ଏକ ବୋଲେରୋ ଉତ୍ତରେଶ୍ୱରରୁ ବଜାର ଅଭିମୁଖେ ଯାଉଥିବା ବେଳେ ରେଳ ଓଭରବ୍ରିଜ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁଁହାମୁହିଁ ଧକା ହୋଇଥିଲା। ଫଳରେ ବାଇକ ଚାଳକ ଛତ୍ରପୁର ଗ୍ରାମରେ ଭଡାରେ ରହୁଥିବା ରବିରାଜ ସିନ୍ଧେ ଗୁରୁତ୍ତର ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବିରାଜକୁ ସୋର ମେଡ଼ିକାଲରେ ଭର୍ତ୍ତି କରିବା ସହିତ ବୋଲେରୋ ଏବଂ ବାଇକକୁ ଜବତ କରି ସୋର ଥାନାକୁ ଆଣିଥିଲେ। ସୋର ମେଡ଼ିକାଲରେ ରବିରାଜର ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।
