*ବ୍ରାହ୍ମଣୀ ନଦୀ ରେ ବୁଡି 3 ମୃତ୍ୟୁ. ସ୍ଥିତି ପରଖିଲେ ସାଂସଦ ରୁଦ୍ର ନାରାୟଣ*
ତାଳଚେର :ତା 9/6/2026: ବ୍ରାହ୍ମଣୀ ନଦୀ ରେ ସୋମବାର ୩ ଜଣ ଯୁବକ ଗାଧେଉ ଥିବା ବେଳେ ବୁଡି ଯାଇ ପ୍ରାଣ ହରାଇଛନ୍ତି |ଘଟଣା ସମ୍ପର୍କରେ ଶୁଣିବା ପରେ ଗତକାଲି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଦିଲ୍ଲୀରେ ଥାଇ ଜିଲ୍ଲାପାଳ,ଏସପିଙ୍କୁ ଫୋନ କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପରାମର୍ଶ ଦେଇଥିଲେ |ଆଜି ମଙ୍ଗଳବାର ସାଂସଦ ଶ୍ରୀ ପାଣି ଦିଲ୍ଲୀ ରୁ ତାଳଚେର ଆସି ପିଲାମାନେ ବୁଡି ଯାଇଥିବା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ |ଉପ ଜିଲ୍ଲାପାଳ ଙ୍କ ସହ କଥାହୋଇ ନିଖୋଜ ଥିବା ପ୍ରିନ୍ସ ଲୋହାର କୁ ଖୋଜିବା ପାଇଁ ଓଡ୍ରାଫ ଓ ଏନ ଡି ଆର ଏଫ ଟିମ କୁ ଆଣିବା ପାଇଁ କଥା ହୋଇଥିଲେ, କିନ୍ତୁ ଓଡ୍ରାଫ ଆସିବା ପୂର୍ବରୁ ନିଖୋଜ ପିଲା ଟିର ମୃତଦେହ ପରଜଙ୍ଗ ନିକଟ ବ୍ରାହ୍ମଣୀ ନଦୀ ରୁ ମିଳିଥିଲା |ଶବ ବ୍ୟବଛେଦ ପରେ ସମସ୍ତ ତିନୋଟି ମୃତଦେହ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା |
ସାଂସଦ ଶ୍ରୀ ପାଣି ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାତଦିନ ବ୍ୟାପି ଚାଲୁଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅନୁଗୁଳ ଜିଲ୍ଲା ପ୍ରାଥମିକ ବର୍ଗ ରେ ପହଂଚି ଥିଲେ |ତାଳଚେର ଓ ପାଳଲହଡା ନିର୍ବାଚନ ମଣ୍ଡଳୀ ର ଶତାଧିକ ଜନସାଧାରଣ ଓ କାର୍ଯ୍ୟକର୍ତା ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣି ସମ୍ପୃକ୍ତ ଅଧିକାରୀ ମାନଙ୍କ ଙ୍କ ସହ କଥା ହୋଇ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଥିଲେ | ସାଂସଦ ଙ୍କ ସହ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ |ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ,ବରିଷ୍ଠ ନେତା ବରୁଣ ସାହୁ, ସରପଞ୍ଚ ସହଦେଵ ସାହୁ ଓ ନରେଶ ଚନ୍ଦ୍ର ବେହେରା, ମଣ୍ଡଳ ସଭାପତି ରାଜେଶ ଦେଲେଇ ଓ ଅଜୟ ସାହୁ ,ଜଗଦୀଶ ପ୍ରସାଦ ସିଂ, ଜଗଦୀଶ ମିଶ୍ର, ଆଇନଜୀବି ଶମ୍ଭୁନାଥ ବେହେରା, ମାୟାଧର ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
