।
—– ସାରସକଣା,ଜାମଶଳା(ଅନିଲ କୁମାର ସାହୁ): ଜୁଲାଇ ୮ ତାରିଖରୁ ୬ ଦଫା ଦାବି ନେଇ ଓଡ଼ିଶା ଡ଼୍ରାଇଭର ମହାସଂଘ ରାଜ୍ୟ ବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ଡ଼୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଦାବୀ ନେଇ ସରକାରଙ୍କୁ ପୂର୍ବରୁ ଭେଟିଥିଲୁ। ଲୋୟର ପି ଏମ ଜିରେ ମଧ୍ୟ ଆନ୍ଦୋଳନ କରିଥିଲୁ। କିନ୍ତୁ ସରକାର କେବଳ ପ୍ରତିଶ୍ରୁତି ଦେବା ଛଡା କିଛି କରୁ ନାହାନ୍ତି। ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର୍ ଆଣ୍ଡ ୱର୍କସ ୱେଲଫେୟାର ବୋର୍ଡ଼ରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା, ଡ଼୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତ୍ରନ୍ତ ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ପରେ ଭତ୍ତା, ପ୍ରତି ୧୦୦ କିଲୋମିଟର ଅନ୍ତରରେ ଡ୍ରାଇଭର ମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା, ବିଶ୍ରାମଗାର ଓ ଶୌଚାଳୟର ବ୍ୟବସ୍ଥା ଏବଂ ଓଡ଼ିଶାର ଖଣିଖାଦାନ ଓ କାରଖାନାରେ ୭୦ ପ୍ରତିଶତ ଓଡ଼ିଆ ଡ୍ରାଇଭରଙ୍କୁ କାମ ଯୋଗାଇ ଦିଆଯିବାକୁ ମହାସଂଘ ଦାବି କରିଛି। ଦାବି ଗୁଡ଼ିକୁ ଯଦି ସରକାର ପୂରଣ ନ କରନ୍ତି ତେବେ ଜୁଲାଇ ୮ ତାରିଖରୁ ଓଡିଶା ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଚେତାବନୀ ଦେଇଛନ୍ତି।।(ଭଞ୍ଜଦୁତ)।।