ଶିକ୍ଷୟିତ୍ରୀ ବଦଳି: ୩ୟ ଦିନରେ ବି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଓ ବିକ୍ଷୋଭ ଜାରି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) :::: ଲଗାତାର ୩ଦିନ ହେବ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ସବିରା ସରକାରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ପାଇଁ ବିଦ୍ୟାଳୟ ସ୍କୁଲ ଗେଟରେ ତାଲା ପକାଇ ଗ୍ରାମବାସୀ , କମିଟି ମେମ୍ବର ଏବଂ ଛାତ୍ରଛାତ୍ରୀ ମାନେ ତୃତୀୟ ଦିନରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ବିଦ୍ୟାଳୟର କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଦାଶଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି। ଏହାକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ବଦଳି ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ପରିଚାଳନା କମିଟି ସଦସ୍ୟ ଗଜେନ୍ଦ୍ର ଦାସ , ସଭ୍ୟ ଓ ପୁର୍ବତନ ସରପଞ୍ଚ ଶୁଶାନ୍ତ ଶିଅଳ ସୂଚନା ଦେଇଛନ୍ତି। ଏ ବାବଦରେ ଏକ ଦାବୀ ପତ୍ର ଗ୍ରାମବାସୀଙ୍କ ତରଫରୁ ଡିଇଓ ବାଲେଶ୍ଵର , ସାଂସଦ ଅଭିମନ୍ୟୁ ସେଠୀ ଓ ସୋର ବିଧାୟକ ମାଧବ ଧଡ଼ାଙ୍କୁ ଗ୍ରାମବାସୀ ମାନେ ପ୍ରଦାନ କରିଛନ୍ତି।
